www.samajalive.in
Monday, December 8, 2025
27.1 C
Bhubaneswar

ମାଟି ମାଆର କଥା ଆଲୋଚନା ଚକ୍ର ଉଦଯାପିତ  

ପାଟଣା : ବିଶ୍ୱ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ କ୍ଷିତିଜ୍ୟୋତିଃ ଆଶ୍ରମ ଘଟଗାଁ ଶାଖା ଓ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠାର ମିଳିତ ଆନୁକୂଲ୍ୟରେ ଗୁରୁସ୍ୱାମୀଙ୍କ ବିଜେସ୍ଥଳୀ ଘଟଗାଁ ସମର୍ପଣ କ୍ଷେତ୍ରରେ ବରିଷ୍ଠ ସାମ୍ବାଦିକ ତଥା ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସଭାପତି ନୃସିଂହ ନାଥ ସିଂହଙ୍କ ସଭାପତିତ୍ୱରେ ମାଟି ମାଆର କଥା ଆଲୋଚନା ଚକ୍ର  ଉଦଯାପିତ ହୋଇଯାଇଛି। ପଦ୍ମଶ୍ରୀ ଦୈତାରୀ ନାଏକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଓ ମୁଖ୍ୟବକ୍ତା ଭାବେ ପ୍ରାବନ୍ଧିକ ତଥା କବି ଡ଼ଃ ବିମ୍ବାଧର ବେହେରା ଏବଂ ସମ୍ମାନିତ ଅତିଥି ରୂପେ ଘଟଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଧିରେନ ମହାନ୍ତି, ଐତିହାସିକ ତଥା ଗାଳ୍ପିକ ହଳଧର ପଣ୍ଡା, ଘଟଗାଁ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ  ଅଧ୍ୟକ୍ଷ ଡ଼ଃ ରଞ୍ଜନ କୁମାର ପଣ୍ଡା ଏବଂ କବି ଓ ସଂଗଠକ ଡମ୍ବରୁଧର ମହାନ୍ତ ଯୋଗଦେଇ କେନ୍ଦୁଝରର ସ୍ୱାଭିମାନ ମା ତାରିଣୀ ପୀଠ ଘଟଗାଁ ଶୀର୍ଷକକୁ ନେଇ ସାହିତ୍ୟ, ସଂସ୍କୃତି ଓ ଐତିହାସିକ ତଥ୍ୟାବଳୀ ସହିତ ଆଧ୍ୟାତ୍ମିକ କଥାବସ୍ତୁ ବହୁତ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ଘଟଗାଁ ବ୍ଲକର ଯୁବ ପ୍ରତିଭାମାନଙ୍କ ମଧ୍ୟରୁ ନୃତ୍ୟ ଗୁରୁ ସଞ୍ଜୟ ଦାସ, ଓଡ଼ିଶୀ ନୃତ୍ୟ ଶିଳ୍ପୀ ରିଷିକା ମହାପାତ୍ର ,ଆଦର୍ଶ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ,ଶିକ୍ଷା ପାଇଁ ତପନ କୁମାର ମହାନ୍ତ, ବିଜ୍ଞାନ ପାଇଁ ତୃପ୍ତିମୟୀ ବାରିକ ,ଶିକ୍ଷା ପାଇଁ ଭବାନୀ ଶଙ୍କର ବେହେରା ଓ ରଜ କ୍ୱିନ ସବିତା ପାଲେଇଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ଜିଲ୍ଲାର ବିଭିନ୍ନ ବ୍ଲକର ୩୦ ରୁ ଉର୍ଦ୍ଧ୍ୱ ଭାଗବତ ଟୁଙ୍ଗି ଗୁଡିକୁ ଭାଗବତ ପୁସ୍ତକ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଘଟଗାଁ ତାରିଣୀ ନୃତ୍ୟ ଶିକ୍ଷା କେନ୍ଦ୍ର ତରଫରୁ ରଙ୍ଗାରଙ୍ଗ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା ଏବଂ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା କବି ମାନେ ସ୍ୱରଚିତ ଆଧ୍ୟାତ୍ମିକ ଗୀତି କବିତା ପାଠ କରିଥିଲେ । କବିତା ଗୁଡିକୁ ସଂଯୋଜନା କରିଥିଲେ ବରିଷ୍ଠ କବି ଚିନ୍ତାମଣି ମହାଳିକ ଓ ରଞ୍ଜୁବାଳା ବାରିକ।  କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ କ୍ଷିତିଜ୍ୟୋତିଃ ଆଶ୍ରମର କେନ୍ଦ୍ର ସଂଗଠକ ଚରମାନନ୍ଦ ଦାସ ପ୍ରତାପ ,କେନ୍ଦ୍ର ପରିଚାଳକ ଅର୍ଜୁନ ଚରଣ ମହାନ୍ତ, ସଂଯୋଗୀ ସାହିତ୍ୟ ସଂସଦର ବାବୁଲାଲ ପଲେଇ ଏବଂ ଉପେନ୍ଦ୍ର ଦାଶ । ଶୁଭାଶିଷ ପଟେଲ ବରୁଣ କୁମାର ବେହେରା, ତାପସ କୁମାର ପଣ୍ଡା, ନରେନ୍ଦ୍ର କୁମାର ସାହୁ, ଭୀମ ପାତ୍ର, ଟିଲୋତ୍ତମା ମହାନ୍ତ, ସନ୍ଧ୍ୟା ମହାନ୍ତ ଓ ଶକୁନ୍ତଳା ମହାନ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସର୍ବ ଶେଷରେ ସନ୍ତୋଷ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories