www.samajalive.in
Monday, December 8, 2025
27.1 C
Bhubaneswar

ଗଞ୍ଜାମ ଜିଲାରେ ବାଘ ଆତଙ୍କ : ଅପପ୍ରଚାରରୁ ଦୂରରେ ରହି ସଚେତନ ଓ ସୁରକ୍ଷିତ ରହିବାକୁ ବନ ବିଭାଗର ପରାମର୍ଶ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଦିଗପହଣ୍ଡି ବନାଞ୍ଚଳ ଅନ୍ତର୍ଗତ ଚିକିଟି ନିକଟସ୍ଥ ପନାଡ଼ ଗ୍ରାମ ପାଖ ଜଙ୍ଗଲରେ ଗତ ପାଞ୍ଚ ତାରିଖ ଦିନ ଦୁଇଟି ଛେଳିକୁ ବଣୁଆ ଜନ୍ତୁ ମାରି ଖାଇଥିବା ଅଭିଯୋଗ ହୋଇଛି। ସେହି ଅଭିଯୋଗ ପରେ ବନ ବିଭାଗ ଅଧିକାରୀମାନେ ତଦନ୍ତ କରି ବଣୁଆ ଜନ୍ତୁର ପଦ ଚିହ୍ନର ଫଟୋ ଉଠାଇଛନ୍ତି। ତାହା ବାଘର ପାଦ ଚିହ୍ନ ବୋଲି ସନ୍ଦେହ କରାଯାଉଛି।

ଗତ ତିନି ତାରିଖ ରାତିରେ ଗିରିସଲା ନିକଟ ଜାତୀୟ ରାଜପଥରେ ଏକ ବାଘ ସଡକ ଅତିକ୍ରମ କରିବା ଭିଡ଼ିଓ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ବେଳେ ସେହି ପାଦ ଚିହ୍ନ ବାଘର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଜଙ୍ଗଲରେ ଛେଳି ଚରାଇବାକୁ ଯାଇ ଫେରିବା ବେଳେ ଚାରିଟି ଛେଳି ନିଖୋଜ ଥିବା ଜଣାପଡିଥିଲା। ତା’ପରଦିନ ଜଙ୍ଗଲ ଅଞ୍ଚଳରେ ଅନୁସନ୍ଧାନ ବେଳେ ବଣୁଆ ଜନ୍ତୁ ଦୁଇଟି ଛେଳି ମାରି ଖାଇଥିବା ସ୍ପଷ୍ଟ ହୋଇଛି। ଅନ୍ୟ ଦୁଇଟି ଛେଳିର ସନ୍ଧାନ ମିଳିପାରିନାହିଁ। ସେହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ମଧ୍ୟ ବାଘ ଆକ୍ରମଣ କରିଥିବା ଖବର ପ୍ରସାରିତ କରାଯାଇଛି।

- Advertisement -

ଏହି ଘଟଣା ପରେ ବନ ବିଭାଗ ଅଧିକାରୀମାନେ ସେହି ଗ୍ରାମାଞ୍ଚଳ ଯାଇ ବଣୁଆ ଜନ୍ତୁଙ୍କ ପ୍ରତି ସତର୍କ ଓ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇ ସଚେତନ କରୁଛନ୍ତି। ବାଘ ଆତଙ୍କ ଘେନି ପ୍ରସାରିତ କେତେକ ଖବର ଅମୂଳକ ଓ ସେପରି ବାଘ ଆକ୍ରମଣ ଘଟଣା ବ୍ରହ୍ମପୁର ବନ ଉପ ଖଣ୍ଡରେ ହୋଇନାହିଁ ବୋଲି ବ୍ରହ୍ମପୁର ଡିଏଫଓ ସନି ଖୋକର ସୂଚାଇଛନ୍ତି। ଅନ୍ୟ ସ୍ଥାନର ଫଟୋ, ଭିଡ଼ିଓ ପ୍ରସାର କରି ବାଘ ଆତଙ୍କ ଭଳି ବିଭ୍ରାନ୍ତିକର ଖବର ପ୍ରସାରିତ କରାଯାଉଥିବା ଘେନି ସମସ୍ତେ ସଚେତନ ହେବାକୁ ସେ ସୁଚାଇଛନ୍ତି। ତେବେ ଏକ ୧୫ ଜଣିଆ ବନ କର୍ମଚାରୀ ଟିମ ବାଘ ଓ ବଣୁଆଜନ୍ତୁଙ୍କ ସନ୍ଧାନ ନେବା ଅଭିଯାନ ଜାରି ରଖିଥିବା ସେ କହିଛନ୍ତି।

ଚିକିଟି ଓ ଟାମଣା ଫେରେଷ୍ଟ ଅଞ୍ଚଳରୁ ବ୍ୟାପକ ବାଉଁଶ ଓ ଶାଗୁଆନ କାଠ ଚୋରା ଚାଲାଣ ହେଉଛି, ବନ ବିଭାଗ ଓ କାଠ ମାଫିଆଆଙ୍କ ମଧ୍ୟରେ ଦୂରତା ସ୍ଥାପନ ପାଇଁ ଏହି ପ୍ରକାର ଖବର ପ୍ରସାରିତ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ବାଘ ଆତଙ୍କ ଖେଳାଇଲା ଭଳି କେତେକ ଫଟୋ ଓ ଭିଡ଼ିଓ ସମ୍ପର୍କରେ ଅନୁସନ୍ଧାନ ପାଇଁ ବନ ବିଭାଗ ଅଧିକାରୀ ସାଇବର ଥାନାରେ ଜଣାଇଛନ୍ତି।

ବାଘ ଜନବସତି ନିକଟରେ ମାତିଥିବା କିମ୍ବା ବ୍ରହ୍ମପୁର ବନ ଉପଖଣ୍ଡ ଅଞ୍ଚଳରେ ଆସିଥିବା ଖବରକୁ ବନ ଅଧିକାରୀମାନେ ସ୍ୱୀକାର କରିନାହାନ୍ତି ଏବଂ କେତେକ ତଥ୍ୟ ଅବ୍ୟକ୍ତ ରଖିଛନ୍ତି । ଅପର ପକ୍ଷରେ ପ୍ରଚାର, ଅପପ୍ରଚାର ଓ ସଚେତନତା ଅଭିଯାନ ଭଳି ଘଟଣାରେ ସନ୍ତୁଳିତ ଜନସାଧାରଣଙ୍କ ମନରୁ ବାଘ ଆତଙ୍କ ଦୁରେଇ ଯାଇନାହିଁ।

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories