ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ବେଆଇନ ଚୋରା ମଦ କାରବାର ବୃଦ୍ଧି ପାଇଥିବା ବେଳେ ପାଟଣା ପୁଲିସ ଆଜି ଚଢ଼ାଉ କରି ଗ୍ରାମାଞ୍ଚଳକୁ ଦେଶୀ ମଦ ଚାଲାଣ କରୁଥିବା ଦୁଇ ମଦ ବେପାରୀଙ୍କୁ ଗିରଫ କରିଛି। ଏହା ସହ ଦେଶୀ ମଦ ଭର୍ତ୍ତି ଅଖା ଓ ବାଇକକୁ ଜବତ କରାଯାଇଛି। ଯୁବକ ଦୁଇ ଜଣ ଏକ ବାଇକରେ ଦେଶୀ ପାଉଚ ମଦ ନେଇ ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ଦୋକାନରେ ଦେବା ପାଇଁ ଯାଉଥିବା ବେଳେ ପୁଟୁଳିଆ ନିକଟରେ ପୁଲିସ ହାବୁଡ଼ରେ ପଡିଯାଇଥିଲେ। ପୁଲିସ ବାଇକ୍ ସହ ଦେଶୀ ପାଉଚ ମଦକୁ ଜବତ କରିବା ସହ ଯୁବକ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଝାଡ଼ଖଣ୍ଡ ଅଞ୍ଚଳର ସନୁ କୁମାର ସାଓ ଓ ଲଚ୍ଛମନ କୁମାର।
Popular Categories



