www.samajalive.in
Monday, December 8, 2025
27.1 C
Bhubaneswar

ପାଣିରେ ଚାଲିବ ଗାଡି, ୧ ଲିଟର ପାଣିରେ ୧୫୦ କିଲୋମିଟର !

ନୂଆଦିଲ୍ଲୀ : ପାଣିରେ ଗାଡି ଚାଲିବ । ଏକଥା ଶୁଣିଲେ ହୁଏତ ବିଶ୍ବାସ ହୋଇନପାରେ । କିନ୍ତୁ ଏହା ସତ । ପେଟ୍ରୋଲ-ଡିଜେଲ ଦାମ୍ ବଢିବା ପରେ ଲୋକେ ଇଲେକ୍ଟ୍ରିକ୍ ଗାଡି ଆଡେ ଆଗଭର ହେଉଥିଲେ । କିନ୍ତୁ ଏବେ ସେହି ଖର୍ଚ୍ଚରୁ ମଧ୍ୟ ଗ୍ରାହକଙ୍କୁ ମୁକ୍ତ କରିବା ପାଇଁ ଯୋଜନା କରିଛି ଭାରତୀୟ କମ୍ପାନୀ ଜୟ ଇ-ବାଇକ୍ । କମ୍ପାନୀ ଭାରତ ମୋବିଲିଟି ଏକ୍ସପୋ ୨୦୨୪ରେ ପାଣିରେ ଚାଲୁଥିବା ସ୍କୁଟର କନସେପ୍ଟ ପ୍ରଦର୍ଶିତ କରିଥିଲା ।

କମ୍ପାନୀ ଏବେ ଏହି ସ୍କୁଟରର ଫାଇନାଲ ପ୍ରଡକ୍ଟ ଓ ଲଞ୍ଚିଂକୁ ନେଇ କିଛି ସ୍ପଷ୍ଟ ସୂଚନା ଦେଇନି । କୁହାଯାଉଛି କି ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ରେ ପୁଣି ଏହାର ଝଲକ ଦେଖିବାକୁ ମିଳିପାରେ । ଏଥିରେ କିଛି ନୂଆ ଅପଡେଟ୍ ମଧ୍ୟ ଦେଖିବାକୁ ମିଳିପାରେ । ସୂଚନାଯୋଗ୍ୟ ଅଟୋ ଏକ୍ସପୋ ଆଗାମୀ ବର୍ଷ ୧୭ରୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ ଆୟୋଜିତ ହେବ ।

- Advertisement -

ଜୟ ଇ-ବାଇକର ପ୍ୟାରେଣ୍ଟ କମ୍ପାନୀ ଓ୍ବାର୍ଡଓ୍ବିଜାର୍ଡ ହାଇଡ୍ରୋଜେନ୍ ଫ୍ୟୁଲ୍ ସେଲ ଓ ଇଲେକ୍ଟ୍ରୋଲାଇଡର ଟେକ୍ନୋଲୋଜିରେ କାମ କରୁଛି । କମ୍ପାନୀ ଚଳିତ ବର୍ଷ ଭାରତ ମୋବିଲିଟି ଶୋରେ ମଧ୍ୟ ପାଣିରେ ଚାଲୁଥିବା ସ୍କୁଟର ପ୍ରଦର୍ଶିତ କରିଥିଲା । ଏହି ଟେକ୍ନୋଲୋଜି ଅନୁସାରେ ସ୍କୁଟର ପାଣିରେ ଚାଲୁଛି । ଏହି ସ୍କୁଟର ବଜାରକୁ ଆସିବା ଫଳରେ ଯାତ୍ରା ପାଇଁ ଖର୍ଚ୍ଚ କମିବା ସହ ପରିବେଶ ମଧ୍ୟ ସୁରକ୍ଷିତ ରହିବ । କମ୍ପାନୀ ସୂଚନା ଅନୁସାରେ ୧ ଲିଟର ପାଣିରେ ୧୫୦ କିଲୋମିଟର ପର୍ଯ୍ୟନ୍ତ ଏଥିରେ ଯାତ୍ରା କରିହେବ । ତେବେ ଏହା ଏବେ ଏକ ପ୍ରୋଟୋଟାଇପ୍ । ଅର୍ଥାତ୍ ଏହି ସ୍କୁଟର ବିକ୍ରି ପାଇଁ ଉପଲବ୍ଧ ନାହିଁ । ଏହାର ନିର୍ମାଣ ଉପରେ ସବୁ କାମ ସମାପ୍ତ ହେଲେ ଏହା ବଜାରକୁ ଆସିବ ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories