www.samajalive.in
Monday, December 8, 2025
20.1 C
Bhubaneswar

ପୁରୀରେ ପର୍ଯ୍ୟଟକଙ୍କ ପାଇଁ ଲାଗୁ କଟକଣା ପ୍ରତ୍ୟାହୃତ

ପୁରୀ: ବାତ୍ୟା ‘ଦାନା’ ପାଇଁ ସୁରକ୍ଷା ଦୃଷ୍ଟିରୁ ପୁରୀକୁ ପର୍ଯ୍ୟଟକମାନଙ୍କୁ ସରକାର ଓ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା। ତେବେ ବାତ୍ୟା ଲ୍ୟାଣ୍ଡଫଲ କରି ସାରିଥିବା ବେଳେ ପୁରୀକୁ ଏତେ ଅଧିକ ପ୍ରଭାବିତ କରିନାହିଁ। ତେଣୁ ବର୍ତ୍ତମାନ ପର୍ଯ୍ୟଟକମାନଙ୍କ ପାଇଁ ଲାଗୁ ହୋଇଥିବା କଟକଣାକୁ ପ୍ରଶାସନ ପ୍ରତ୍ୟାହାର କରିନେଇଛି। କୋଣାର୍କ ସୂର୍ଯ୍ୟମନ୍ଦିରକୁ ମଧ୍ୟ ରହିଥିବା ଦର୍ଶନ କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ବର୍ତ୍ତମାନ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ପୂର୍ବ ଭଳି ମହାପ୍ରଭୁଙ୍କ ଦର୍ଶନ, ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିପାରିବେ ଓ ସମୁଦ୍ର କୂଳ ବୁଲି ପାରିବେ। ତେବେ ସମୁଦ୍ର ଏବେ ବି ଅଶାନ୍ତ ରହିଥିବାରୁ ପର୍ଯ୍ୟଟକମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଜିଲାପାଳ କହିଛନ୍ତି ଯେ, ଜିଲ୍ଲାରେ ବାତ୍ୟାର ପ୍ରଭାବ ଏତେ ବ୍ୟାପକ ହୋଇ ନାହିଁ କିମ୍ବା ଅଧିକ ବର୍ଷା ମଧ୍ୟ ହୋଇ ନାହିଁ। କିନ୍ତୁ ଆଗକୁ ବର୍ଷାର ସୂଚନା ରହିଥିବାରୁ ଜନ ସାଧାରଣ ଓ ପର୍ଯ୍ୟଟକ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories