www.samajalive.in
Monday, December 8, 2025
27.1 C
Bhubaneswar

ଏନସିସି ତାଲିମ୍ ଶିବିରରେ ସାଇବର ସଚେତନତା 

କେନ୍ଦୁଝର: କେନ୍ଦୁଝର ସହର ପୁରୁଣାବଜାର ସ୍ଥିତ ଓଏସଏପି ଦ୍ଵିତୀୟ କ୍ୟାମ୍ପସରେ ୧୪ ଓଡ଼ିଶା ବାଟାଲିୟନ ଏନ୍.ସି.ସି. ପକ୍ଷରୁ ଆୟୋଜିତ ବାର୍ଷିକ ତାଲିମ୍ ଶିବିରରେ ରବିବାର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ମୟୂର ଘାର୍ଗେଙ୍କ ଅଧ୍ୟକ୍ଷତାରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଇନ୍ସପେକ୍ଟର ମୁନା ନାଏକ, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଆଲୋକ କୁମାର ନାୟକ, କନେଷ୍ଟବଳ ଦେବବ୍ରତ ବେହେରା, ଆଥଲେଟିକ କୋଚ ଶିରପାଣି ମହାନ୍ତ ଯୋଗ ଦେଇ ଇଣ୍ଟରନେଟ୍ ସୁରକ୍ଷା, ସୋସିଆଲ ମିଡ଼ିଆ ରେ ସତର୍କତା ଅବଲମ୍ବନ, ଗେମିଂ ଆପ୍, ଅନଲାଇନରେ ଆର୍ଥିକ କାରବାର, ଅଜଣା ଲିଙ୍କ ବ୍ୟବହାର ନ କରିବା, ବ୍ୟକ୍ତିଗତ ତଥ୍ୟ ଅନଲାଇନରେ ବ୍ୟବହାର ଠାରୁ ଦୂରେଇ ରହିବା, ସାଇବର କ୍ରାଇମର ଶିକାର ହେଲେ ୧୯୩୦ ନମ୍ବର କୁ ତୁରନ୍ତ ଯୋଗାଯୋଗ କରିବା ଇତ୍ୟାଦି ବିଷୟରେ କ୍ୟାଡେଟସଙ୍କୁ ସଚେତନ କରିଥିଲେ।ତଦ୍ ସହିତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀରେ କ୍ୟାଡେଟସ ଯୋଗଦାନ କରିବା ପାଇଁ ପ୍ରେରଣା ପ୍ରଦାନ କରାଯାଇଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories