www.samajalive.in
Monday, December 8, 2025
20.1 C
Bhubaneswar

ଆଇଏଏସ ଅଧିକାରୀଙ୍କ ୯୫ କୋଟିର ରିସର୍ଟ ଓ ୧୦ କୋଟିର ଫ୍ଲାଟ, ଗିରଫ କଲା ଇଡି

ସମାଜ ଡିଜିଟାଲ ଡେସ୍କ: ପେସାରେ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ଅଧିକାରୀ। ହେଲେ ଅମାପ ସମ୍ପତ୍ତିର ମାଲିକ। ଦୁର୍ନୀତିରେ ଲିପ୍ତ ରହି କମାଇଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି। ଏଭଳି ଜଣେ ଦୁର୍ନୀତିଖୋର ଆଇଏଏସ ଅଧିକାରୀ ସଞ୍ଜୀବ ହଂସଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ସଞ୍ଜୀବଙ୍କର ହିମାଚଳ ପ୍ରଦେଶରେ ୯୫ କୋଟି ଟଙ୍କାର ଏକ ରିସର୍ଟ ଏବଂ ୧୦ କୋଟି ଟଙ୍କାର ଫ୍ଲାଟ ଠାବ ହୋଇଛି।

ବିହାରରେ କାର୍ଯ୍ୟରତ ଥିବା ସଞ୍ଜୀବଙ୍କ ସମେତ ତାଙ୍କର ଜଣେ ଘନିଷ୍ଠ ତଥା ଆରଜେଡିର ପୂର୍ବତନ ବିଧାୟକ ଗୁଲାବ ଯାଦବଙ୍କୁ ମଧ୍ୟ ଇଡି ଗିରଫ କରିଛି। ଗୁଲାବ ହେଉଛନ୍ତି ସଞ୍ଜୀବଙ୍କ ବ୍ୟାବସାୟିକ ଭାଗିଦାରୀ। ଅର୍ଥ ହେରଫେର ଏବଂ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି। ସଞ୍ଜୀବ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କର ପସନ୍ଦଯୋଗ୍ୟ ଅଧିକାରୀ ଥିଲେ। ନିତିଶ ସରକାରରେ ତାଙ୍କୁ ବହୁ ଗୁରୁତ୍ଵପୂର୍ଣ୍ଣ ପଦବୀ ମିଳିଥିଲା। ହାଓ୍ବାଲା ଜରିଆରେ ଜଣେ ମହିଳା ଓକିଲଙ୍କୁ ସେ ୨ କୋଟି ୪୪ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ ହୋଇଥିଲା। ଏହା ସହିତ ସେ ତାଙ୍କୁ ୯୦ ଲକ୍ଷ ଟଙ୍କାର ଏକ ଫ୍ଲାଟ ବି ଦେଇଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories