www.samajalive.in
Monday, December 8, 2025
17.1 C
Bhubaneswar

ରାସ୍ତାରେ ହାଇଡ୍ରାମା: ଦ୍ୱିତୀୟ ବିବାହବେଳେ ସ୍ଵାମୀର କୋଲାର ଧରି ଥାନାକୁ ନେଲା ସ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ନୋଟାରୀରେ ସ୍ୱାମୀଙ୍କ ଦ୍ୱିତୀୟ ବିବାହ ଉଦ୍ୟମବେଳେ ପହଞ୍ଚିଲେ ପ୍ରଥମ ସ୍ତ୍ରୀ, ଆଉ ତା’ପରେ ରାସ୍ତା ଉପରେ ଚାଲିଲା ହାଇଡ୍ରାମା। ସ୍ଵାମୀର ସାର୍ଟ କୋଲାର ଧରି ଥାନାରେ ପହଞ୍ଚିଛନ୍ତି ସ୍ତ୍ରୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଙ୍କୀ ଥାନା କୋର୍ଟ ରୋଡ଼ ଉପରେ, ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ସ୍ୱାମୀ-ସ୍ତ୍ରୀଙ୍କ ଏହି ହାଇଡ୍ରାମା ପହଞ୍ଚିଛି ଏବେ ବାଙ୍କୀ ଥାନାରେ।

ସୂଚନା ଅନୁଯାୟୀ, ଗୋଳାଗଣ୍ଡ ପଂଚାୟତ ରଜୀବ ଗାଁର ଅର୍ଜୁନ ଧଳ ତାଙ୍କ ଝିଅ ବର୍ଷାରାଣୀ ଧଳଙ୍କୁ ବୈଦିକ ରୀତିନୀତିରେ ୨୦୨୨ ମସିହାରେ ବାଙ୍କୀ ଥାନା ଅନ୍ତର୍ଗତ କିଆପଲ୍ଲା ପଂଚାୟତ ନୂଆଗାଁ କମଳପୁର ଗାଁର ମଦନ ରାଉତଙ୍କ ପୁଅ ସନ୍ତୋଷ କୁମାର ରାଉତଙ୍କ ସହ ବିବାହ କରାଇଥିଲେ। ବର୍ଷାରାଣୀଙ୍କ ଅଭିଯୋଗ ଯେ, ବିଭିନ୍ନ ସମୟରେ ତାଙ୍କୁ ଯୌତୁକ ଦାବି କରି ଶାଶୁଘର ଲୋକେ ନିର୍ଯାତନା ଦେଇ ଆସୁଥିଲେ। ଏଭଳିକି ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଛନ୍ତି। ଏନେଇ ସେ ଆଜି ଥାନାରେ ଦେଇଥିବା ଏକ ଲିଖିତ ଅଭିଯୋଗ ପତ୍ରରେ ସ୍ପଷ୍ଟ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସ୍ୱାମୀ ସନ୍ତୋଷ ବର୍ଷାରାଣୀଙ୍କୁ କୌଣସି ସୂଚନା ନ ଦେଇ ନୋଟାରୀରେ ଗତକାଲି ଅନ୍ୟ ଏକ ଝିଅକୁ ଦ୍ୱିତୀୟ ବିବାହ କରିବାକୁ ଉଦ୍ୟମ କରିଥିଲେ। ଖବର ପାଇ ସ୍ୱାମୀଙ୍କ ଏଭଳି ନିଷ୍ପତ୍ତିକୁ ରାସ୍ତା ଉପରେ ବିରୋଧ କରିଥିଲେ ବର୍ଷାରାଣୀ। ସ୍ୱାମୀ ସନ୍ତୋଷଙ୍କ କୋଲାର ଭିଡ଼ି ଗାଁ ଲୋକଙ୍କ ସହାୟତାରେ ସେ ଥାନାରେ ପହଞ୍ଚିଥିଲେ। ଘଟଣାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଅନ୍ୟପଟେ ସ୍ୱାମୀ ସ୍ତ୍ରୀଙ୍କ ହାଇଡ୍ରାମା ଏବେ ଥାନାରେ ପହଞ୍ଚିଛି। ନ୍ୟାୟ ପାଇଁ ବାଙ୍କୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବର୍ଷାରାଣୀ। ଅଭିଯୋଗ ଉପରେ ସ୍ୱାମୀ ସନ୍ତୋଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories