www.samajalive.in
Monday, December 8, 2025
27.1 C
Bhubaneswar

ରାଜନୈତିକ ସଙ୍କଟରେ କର୍ଣ୍ଣାଟକ

ନୂଆଦିଲ୍ଲୀ: କର୍ଣ୍ଣାଟକର ଦୁଇ ଜଣ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ରାଜ୍ୟ ରାଜନୀତି ଜଟିଳ ହୋଇ ପଡ଼ିଛି। ଏହି ଘଟଣାରେ ବିଜେପି କଟାକ୍ଷ କରି ୨ଦିନ ମଧ୍ୟରେ ରାଜ୍ୟରେ ସରକାର ଭାଙ୍ଗିଯିବ ବୋଲି ଆକଳନ କରିଛି। କର୍ଣ୍ଣାଟକରେ ଜେଡିଏସ ଓ କଂଗ୍ରେସ ମେଣ୍ଟରେ ସରକାର ରହିଛି। ଏଚ ନାଗେଶ(ନିର୍ଦଳୀୟ) ଓ ଆର ଶଙ୍କର(କେପିଜେପି) ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଲିଖିତ ଭାବେ ସମର୍ଥନ ପ୍ରତ୍ୟାହାର ପାଇଁ ଚିଠି ଲେଖିଛନ୍ତି। ଉଭୟ ବିଧାୟକଙ୍କ ଏଭଳି ନିଷ୍ପତ୍ତି ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି।
୭ମାସ ପୁରୁଣା କର୍ଣ୍ଣାଟକର ମେଣ୍ଟ ସରକାରରେ ୨ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ପରେ ମଧ୍ୟ ରାଜ୍ୟରେ ସେଭଳି ସଙ୍କଟର ଆଶା କ୍ଷୀଣ। ଉଭୟ ବିଧାୟକ ସରକାରରୁ ବହାରି ଗଲେ ମଧ୍ୟ ବହୁମତ ଦୃଷ୍ଟିକୋଣରୁ ରାଜ୍ୟ ସରକାର ଉପରେ କୌଣସି ପ୍ରଭାବ ପଡ଼ିବାର ସମ୍ଭାବନା ନାହି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ତାଙ୍କ ପ୍ରତିକ୍ରିୟାରେ ରାଜ୍ୟରେ ସ୍ଥିର ସରକାର ରହିଛି ଓ ତାଙ୍କ ଶକ୍ତି ଉପରେ ସମ୍ପୂର୍ଣ୍ଣ ଆସ୍ଥା ରଖିବାକୁ ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି। ତେବେ ଇତିମଧ୍ୟରେ ଜେଡିଏସ ଦଳରେ ବିଧାୟକଙ୍କୁ ପ୍ରବର୍ତ୍ତାଇବା ପ୍ରକ୍ରିୟା ଆରମ୍ଭ ହୋଇଥିବା ସନ୍ଦେହ କରାଯାଉଛି। ଜେଡିଏସ ପ୍ରମୁଖ ଏଚଡି ଦେବଗୌଡ଼ା ବିଜେପି ଦଳୀୟ ନେତାଙ୍କୁ ପ୍ରଲୋଭନ ଦେଖାଉଥିବା ଅଭିଯୋଗ କରିଛନ୍ତି। ଅପରପକ୍ଷରେ କିଛି ଗଣମାଧ୍ୟମ ଚ୍ୟାନେଲ କର୍ଣ୍ଣାଟକର କିଛି କଂଗ୍ରେସ ବିଧାୟକ ମୁମ୍ବାଇର ଏକ ହେଟେଲରେ ଗୁପ୍ତ ମନ୍ତ୍ରଣା କରିଥିବା ସୂଚନା ଦେବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା। ସୁରକ୍ଷା ଦୃଷ୍ଟିକୋଣରୁ କର୍ଣ୍ଣାଟକର ୧୦୪ ବିଧାୟକଙ୍କୁ ସ୍ଥାନୀୟ ଆଟିସି ହେଟେଲରେ ରଖାଯାଇଛି। ବିଧାୟକଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ପୁଲିସ ପକ୍ଷରୁ ଉକ୍ତ ହୋଟେଲକୁ ସମ୍ପୂର୍ଣ୍ଣ ସିଲ୍‍ କରି ଦିଆଯାଇଛି। କଂଗ୍ରେସ କର୍ମକର୍ତ୍ତା ଏଭଳି ପ୍ରକ୍ରିୟାକୁ ବିରୋଧ କରି ପୁଲିସର ବ୍ୟାରିକେଡ ସମ୍ମୁଖରେ ଧାରଣା ଦେଇଛନ୍ତି। ବିଜେପି ବିଧାୟକ ଘୋଡ଼ା ବେପାର କରୁଛନ୍ତି ବୋଲି ଅଭିଯୋଗ କରି କର୍ମକର୍ତ୍ତା ଧାରଣା ଦେଇଥିବାବେଳେ ରାଜ୍ୟର ବିଜେପି ଅଧ୍ୟକ୍ଷ ବିଏସ ୟେଦୁରପ୍ପା ଜେଡିଏସ-କଂଗ୍ରେସର ଆଭ୍ୟନ୍ତରୀଣ କଳହ ପାଇଁ ମେଣ୍ଟ ଭାଙ୍ଗିଯିବ ବୋଲି ଗଣମାଧ୍ୟମରେ ମତବ୍ୟକ୍ତ କରିଛନ୍ତି।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories