www.samajalive.in
Monday, December 8, 2025
27.1 C
Bhubaneswar

ବିକାଶର ଗ୍ୟାରେଣ୍ଟିକୁ ପୁଣି ଭରସା : ମୋଦୀ

ନୂଆଦିଲ୍ଲୀ: କଂଗ୍ରେସର ମିଥ୍ୟା ପ୍ରଚାର ଉପରେ ବିକାଶର ଗ୍ୟାରେଣ୍ଟି ପୁଣି ଥରେ ବିଜୟ ଲାଭ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ହରିୟାଣା ଓ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଫଳ ପ୍ରକାଶ କରେ ପ୍ରଧାନମନ୍ତ୍ରୀ ମୋଦୀ ଦଳୀୟ ମୁଖ୍ୟାଳୟରେ ଦଳୀୟ କର୍ମୀ ଓ ନେତାଙ୍କୁ ସମ୍ବୋଧନ କରି ଏହା କହିଛନ୍ତି। ମୋଦୀ କହିଛନ୍ତି ଯେ କଂଗ୍ରେସ ଦେଶକୁ ଦୁର୍ବଳ କରିବାକୁ ଚାହୁଁଛୁ।

ଏଥିପାଇଁ କଂଗ୍ରେସର ନେତୃବର୍ଗ ମିଥ୍ୟା ପ୍ରଚାର ଚଳାଇଛନ୍ତି। ମାତ୍ର ବିଜେପିର ବିକାଶମୂଳକ କାର୍ଯ୍ୟକୁ ପୁଣି ଥରେ ଭୋଟର ସ୍ବୀକୃତି ପ୍ରଦାନ କରିଛନ୍ତି। ହରିୟାଣା ନିର୍ବାଚନରେ ବିଜେପିର ବିଜୟ ପାଇଁ ମୋଦୀ ରାଜ୍ୟ ଓ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ପ୍ରଶଂସା କରିବା ସହିତ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି। ହରିୟାଣାରେ ବିଜେପିର ଗତ ୧୦ବର୍ଷର ଶାସନ କାଳ ମଧ୍ୟରେ ଦୁର୍ନୀତିର କୌଣସି ଛିଟା ଲାଗିନାହିଁ। ସେ କହିଛନ୍ତି ଯେ କଂଗ୍ରେସ ଦଳ କୃଷକମାନଙ୍କୁ ଦେଶ ବିରୋଧରେ ଆନ୍ଦୋଳନ କରିବାକୁ ଉସୁକାଇଥିଲା।

- Advertisement -

ଏବେ ସେହି କୃଷକମାନେ କଂଗ୍ରେସକୁ ଉଚିତ୍ ଜବାବ ଦେଇଛନ୍ତି। ଏପରିକି ଦଳିତ ଓ ଓବିସିଙ୍କୁ ମଧ୍ୟ ଦେଶ ବିରୋଧରେ ମତାଇବାକୁ କଂଗ୍ରେସ ଉଦ୍ୟମ କରିଛି। କଂଗ୍ରେସ ସହିତ ଏହାର ସହଯୋଗୀ ଦଳଗୁଡିକ ମଧ୍ୟ ଦେଶର ଗଣତନ୍ତ୍ର ଓ ସାମାଜିକ ବାତାବରଣକୁ ନଷ୍ଟ କରିବାର ଉଦ୍ୟମ କରିଛନ୍ତି। ଜାମ୍ମୁ-କାଶ୍ମୀରରେ ବିଜେପିର ସଫଳତାକୁ ମଧ୍ୟ ମୋଦୀ ପ୍ରଶଂସା କରିଛନ୍ତି। ଜାମ୍ମୁ-କାଶ୍ମୀରରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା ହୋଇଥିବାରୁ ଏହାକୁ ଐତିହାସିକ ବୋଲି କହିଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀର ଜଳିବ ବୋଲି ସମସ୍ତେ ଆଶଙ୍କା କରୁଥିବାବେଳେ ଏହି ନିର୍ବାଚନ ପରିଚାଳନା ଏହାକୁ ଭୁଲ୍ ପ୍ରମାଣିତ କରିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories