www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଥମ ଟି-୨୦ରେ ଜିତିଲା ଭାରତ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ

ଗ୍ବାଲିୟର : ପ୍ରଥମ ଟି-୨୦ରେ ଜିତିଲା ଭାରତ। ୪୯ ବଲ ବାକି ଥାଇ ୭ ୱିକେଟରେ ଜିତିଛି ଭାରତ।ହାର୍ଦ୍ଦିକ ପାଣ୍ଡ୍ୟା ଧୂଆଁଧାର ବ୍ୟାଟିଂ କରିଛନ୍ତି ଏବଂ ୧୬ ବଲରୁ ୩୯ ସହ ବିଜୟ ସୂଚକ ଛକା ମାରିଛନ୍ତି। ସେହିପରି। ସଞ୍ଜୁ ଓ ସୂର୍ଯ୍ୟ କୁମାର ୨୯ ଲେଖାଏଁ ରନ କରିଛନ୍ତି।  ଅର୍ଶଦୀପ ଓ ବରୁଣଙ୍କୁ ସର୍ବାଧିକ ୩ଟି ଲେଖାଲଁ ୱିକେଟ। ହାର୍ଦ୍ଦିକ, ମୟଙ୍କ ଓ ୱାଶିଂଟନଙ୍କୁ ଗୋଟିଏ ଲେଖାଲଁ ୱିକେଟ।

ଗ୍ବାଲିୟରର ମାଧବ ରାଓ ସିନ୍ଧିଆ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ବାଂଲାଦେଶକୁ ୭ ଓ୍ବିକେଟରେ ଭାରତ ପରାସ୍ତ କରିଛି। ବାଂଲାଦେଶ ଦ୍ବାରା ୧୨୮ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ଭାରତ ମାତ୍ର ୧୧.୫ ଓଭର ଖେଳି ୧୩୨ ରନ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ସଂଜୁ ସାମସନ ଓ ସୂର୍ଯ୍ୟକୁମାର ଯାଦବ ୨୯ ରନ ଲେଖାଏଁ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୩୯ ରନ କରିଥିଲେ । ଅଭିଷେକ ଶର୍ମା ଓ ନୀତୀଶ ରେଡ୍ଡୀ ୧୬ ରନ ଲେଖାଏଁ କରିଥିଲେ ।

- Advertisement -

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।  ଭାରତକୁ ୧୨୮ ରନର ଟାର୍ଗେଟ ଦେଇଥିଲା ବାଂଲାଦେଶ। ଭାରତ-୧୩୨/୩, ବାଂଲାଦେଶ ୧୨୭ରେ ଅଲଆଉଟ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories