www.samajalive.in
Monday, December 8, 2025
20.1 C
Bhubaneswar

ସେପ୍ଟେମ୍ବରରେ ୨୦.୬୪ ଲକ୍ଷ କୋଟି ଟଙ୍କାର ନେଣଦେଣ

ନୂଆଦିଲ୍ଲୀ : ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ଜରିଆରେ ହେଉଥିବା ନେଣଦେଣର ମୂଲ୍ୟ ସେପ୍ଟେମ୍ବରରେ ବାର୍ଷିକ ଆଧାରରେ ୩୧ ପ୍ରତିଶତ ବୃଦ୍ଧି ପାଇ ୨୦.୬୪ ଲକ୍ଷ କୋଟି ଟଙ୍କା ହୋଇଯାଇଛି । ଏହି ସମୟରେ ଟ୍ରାଞ୍ଜାକ୍ସନ ସଂଖ୍ୟା ମଧ୍ୟ ବାର୍ଷିକ ଆଧାରରେ ୪୨ପ୍ରତିଶତ ବଢି ୧୫.୦୪ ଅରବ ହୋଇଯାଇଛି । ଏନପିସିଆଇ ତରଫରୁ ଜାରି ସୂଚନା ଅନୁସାରେ ଏହି ତଥ୍ୟ ମିଳିଛି ।

ଗତ ମାସରେ ୟୁପିଆଇରେ ପ୍ରତିଦିନ ୫୦.୧ କୋଟି ନେଣଦେଣ ହୋଇଥିଲା । ଅଗଷ୍ଟରେ ଏହା ୪୮.୩ କୋଟି ଥିଲା । ଏହି ସମୟରେ ୟୁପିଆଇରେ ପ୍ରତିଦିନ ହାରାହାରି ୬୮,୮୦୦ କୋଟି ଟଙ୍କା ମୂଲ୍ୟର ନେଣଦେଣ ହୋଇଛି । ଅଗଷ୍ଟରେ ଏହା ୬୬,୪୭୫ କୋଟି ଟଙ୍କା ଥିଲା । ସେପ୍ଟେମ୍ବରରେ ଆଧାର ଆଧାରିତ ପେମେଣ୍ଟ ସିଷ୍ଟମରେ ୧୦ କୋଟି ଟଙ୍କାର ନେଣଦେଣ ହୋଇଛି ଏବଂ ଏହାର ଭାଲ୍ୟୁ ୨୪,୧୪୩ କୋଟି ଟଙ୍କା ଥିଲା । ଇମିଡିଏଟ୍ ପେମେଣ୍ଟ ସର୍ଭିସ୍(ଆଇଏମପିଏସ୍) ଜରିଆରେ ସେପ୍ଟେମ୍ବରରେ ୫.୬୫ ଲକ୍ଷ କୋଟି ଟଙ୍କାର ନେଣଦେଣ ହୋଇଛି । ଏଥିରେ ବାର୍ଷିକ ଆଧାରରେ ୧୧ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories