www.samajalive.in
Monday, December 8, 2025
20.1 C
Bhubaneswar

ପ୍ଲାଷ୍ଟିକ ବିରୋଧି ଅଭିଯାନ, ୮ ହଜାର ଟଙ୍କା ଜରିମାନା ଆଦାୟ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ କ୍ରମରେ ଏବେ ପ୍ଲାଷ୍ଟିକ ବିକ୍ରି ଉପରେ ଚଢ଼ାଉ ଜାରି ରହିଛି । ଏହି କ୍ରମରେ ବୁଧବାର ଗୋଲବଜାର ଅଞ୍ଚଳର ବିଭିନ୍ନ ହୋଲସେଲ ପ୍ରତିଷ୍ଠାନ, ଦୋକାନ ଗୁଡିକରେ ଚଢ଼ଉ କରାଯାଇ ୧୩ କିଗ୍ରା ଏକକ ବ୍ୟବହୃତ ପ୍ଲାଷ୍ଟିକ ଜବତ କରାଯାଇଥିବା ବେଳେ ୮ ହଜାର ୧ ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିବା ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି । ସହରର ଛୋଟ ଛୋଟ ବିକ୍ରେତାମାନଙ୍କଠାରୁ ପ୍ଲାଷ୍ଟିକ ଜବତ କରାଯାଇ ତାଗିଦ କରାଯାଉଥିବା ବେଳେ ହୋଲେସେଲ ଦୋକାନଗୁଡିକୁ ଜରିମାନା କରାଯାଉଛି। ଜନତାଙ୍କୁ ସଚେତନ କରିବା ଏବଂ ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବା ପାଇଁ ସ୍ୱଚ୍ଛତା ଅଭିଯାନ କ୍ରମରେ ଏହା କରାଯାଉଛି ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ସୁଚନାଯୋଗ୍ୟ, ୨୦୧୩ ମସିହାରୁ ସମ୍ବଲପୁର ମହାନଗର ନିଗମରେ ରାଜ୍ୟର ପ୍ରଥମ ସହର ରୂପେ ପ୍ଲାଷ୍ଟିକ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଯାଇଛି । କିନ୍ତୁ ପ୍ରକୃତ କ୍ଷେତ୍ରରେ ତାହା ଆଜି ପର୍ଯ୍ୟନ୍ତ ପ୍ରତିଫଳିତ ହୋଇ ନାହିଁ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories