www.samajalive.in
Monday, December 8, 2025
27.1 C
Bhubaneswar

ସରକାର ଲୋକଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର: କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ମେଗା ସ୍ବାସ୍ଥ୍ୟ ମେଳାର ଉଦ୍‌ଘାଟନ କରିଛନ୍ତି।

ସୂକେନ୍ଦୁଝର ଜିଲ୍ଲା ପ୍ରଶାସନ ଉଦ୍ୟମରେ କେନ୍ଦୁଝରଠାରେ ଜିଲା ସଦର ମହକୁମା ଡାକ୍ତରଖାନା, ଧରଣୀଧର ନାୟକ ମେଡିକାଲ କଲେଜ ଓ ଏସସିବି ମେଡିକାଲ କଲେଜର ମିଳିତ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ମେଳା ଆୟୋଜନ କରାଯାଇଛି।

- Advertisement -

ଏଥିରେ ତିନୋଟି ମେଡିକାଲ କଲେଜରୁ ବିଭିନ୍ନ ବିଭାଗର ବହୁ ବିଶେଷଜ୍ଞ ଡାକ୍ତର ଯୋଗଦେଇ ରୋଗୀ ମାନଙ୍କୁ ନିଶୁଳ୍କ ଚିକିତ୍ସା ଯୋଗାଇ ଦେଇଛନ୍ତି। ଯେଉଁଥିରେ ସ୍ନାୟୁରୋଗ, ହୃଦ୍‌ରୋଗ, ଭେଷଜ, ସର୍ଜରୀ, ୟୁରୋଲୋଜି, ନେଫ୍ରୋଲୋଜି, ସାଇକ୍‌ଆଟ୍ରିକ, ପେଡିଆଟ୍ରିକ, ଅର୍ଥୋପେଡିକ ଇତ୍ୟାଦି ଜଟିଳ ରୋଗର ବିଶେଷଜ୍ଞମାନେ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଚକ୍ଷୁ ଚିକିତ୍ସା ଶିବିର, ସ୍ବାସ୍ଥ୍ୟ ସେବା ଶିବିର ଏବଂ ସାମାଜିକ ସଶକ୍ତି କରଣ ଶିବିରର ଆୟୋଜନ କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ତିନୋଟି ଶିବିରକୁ ଉଦ୍‌ଘାଟନ କରିଥିଲେ ଏବଂ ଶିବିରରେ ଉପସ୍ଥିତ ଡାକ୍ତର, ରୋଗୀ ଓ ସାଧାରଣ ଲୋକଙ୍କ ସହିତ କଥା ହୋଇଥିଲେ। କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକ ଓ ୫ଟି ସହରାଞ୍ଚଳର ହଜାର ହଜାର ଜନସାଧାରଣ ଏହି ଶିବିର ମାଧ୍ୟମରେ ଉପକୃତ ହୋଇ ପାରିଛନ୍ତି।

ଓଏମସି ଏବଂ ଏଲ୍‌ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ହୋଇଥିବା ଏହି ଚକ୍ଷୁ ଚିକିତ୍ସା ଶିବିରରେ ପ୍ରାୟ ୧୦୦୦ ବ୍ୟକ୍ତି ସେମାନଙ୍କ ଚକ୍ଷୁ ପରୀକ୍ଷା କରାଇଥିଲେ ଏବଂ ଚକ୍ଷୁ ପରୀକ୍ଷା ପରେ ଆବଶ୍ୟକତା ଥିବା ବ୍ୟକ୍ତି ମାନଙ୍କୁ ମାଗଣାରେ ଚଷମା ମଧ୍ୟ ଯୋଗାଇ ଦିଆଯାଇଥିଲା।

ସେହିଭଳି ସ୍ବାସ୍ଥ୍ୟ ସେବା ଶିବିର ମାଧ୍ୟମରେ ବିଶେଷଜ୍ଞମାନଙ୍କ ପରାମର୍ଶ ଜରିଆରେ ଜିଲାର ପ୍ରାୟ ୪ହଜାର ଲୋକ ଉପକୃତ ହୋଇଛନ୍ତି। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଆୟୋଜିତ ହୋଇଥିବା ସାମାଜିକ ସଶକ୍ତି କରଣ ଶିବିରରେ ୯୨୩ ଜଣ ହିତାଧିକାରୀଙ୍କୁ ହୁଇଲ୍‌ ଚେୟାର, ହସ୍ତ ଚାଳିତ ସାଇକେଲ୍, ବ୍ୟାଟେରୀ ଚାଳିତ ସାଇକେଲ, ୱାକର, ବ୍ରେଲି କିଟ୍, ଶ୍ରବଣ ଯନ୍ତ୍ର, ନି ବେଲ୍ଟ, ନି କ୍ୟାପ୍‌ ଇତ୍ୟାଦି ସହିତ ଅନ୍ୟାନ୍ୟ ସହାୟତା ଉପକରଣ ବଣ୍ଟନ କରାଯାଇଥିଲା। ଏହି ଶିବିରଟି ଭାରତ ସର କାରଙ୍କ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ (ALIMCO) ଏବଂ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ମିଳିତ ସହଯୋଗର ଆୟୋଜନ କରାଯାଇଥିଲା। ଏଥି ସହିତ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୧୩ଟି ମୋବାଇଲ ମେଡିକାଲ ୟୁନିଟ୍‌ ଭେଇକିଲ୍‌ର ଶୁଭାରମ୍ଭ କରିଥିଲେ।

କାର୍ଯ୍ୟକ୍ରମ ପରେ ଗଣମାଧ୍ୟମକୁ ବିବୃତ୍ତିରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ଆସିଲା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଉଥିବା ସାଧାରଣ ଲୋକଙ୍କଠାରୁ ସେମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ଚିକିତ୍ସା କ୍ଷେତ୍ରରେ ଅବହେଳିତ ହେଉଥିବା ବିଷୟରେ ଶୁଣିବା ପରେ ସେମାନଙ୍କ ପାଇଁ କିଛି ନୂତନ ପଦକ୍ଷେପ ନେବା ପାଇଁ ଚିନ୍ତା କରିଥିଲି। ସେହି ଅନୁଯାୟୀ ପ୍ରତି ଜିଲ୍ଲା ମୁଖ୍ୟାଳୟରେ କିପରି ସ୍ବାସ୍ଥ୍ୟ ଶିବିର ମାନ ଆୟୋଜନ କରାଯିବ ଏଥି ପାଇଁ ପଦକ୍ଷେପ ନିଆଯାଉଛି। ଆମ ସରକାର ଲୋକମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories