www.samajalive.in
Monday, December 8, 2025
20.1 C
Bhubaneswar

କାମରେ ଆସୁନି ବାଇକ ଆମ୍ବୁଲାନ୍ସ, ଭାରରେ ବୁହାହେଲେ ଗର୍ଭବତୀ ମହିଳା

ପଟ୍ଟାଙ୍ଗି: ସ୍ଵାଧୀନତା ର ୭୮ ବର୍ଷ ପରେ ବି କୋରାପୁଟ ଜିଲାର ଆନ୍ଧ୍ର ଓଡ଼ିଶା ସିମାନ୍ତ ପଟାଙ୍ଗି ବ୍ଳକର ବହୁ ଗ୍ରାମକୁ ପକ୍କା ଦିବା ସ୍ଵପ୍ନ ହୋଇରହିଛି। ଯାହା ଫଳରେ ଏବେବି ବହୁ ଗ୍ରାମ ବାସୀ ଗର୍ଭବତୀ ମହିଳାଙ୍କ ଙ୍କୁ ଭାରରେ ବୋହି ଡାକ୍ତରଖାନାକୁ ନେଉଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଅଭାବନୀୟ ଘଟଣା ପଟାଙ୍ଗି ବ୍ଳକ ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତର ଏଟି ଗାବାଡର ଗ୍ରାମରେ ଘଟିଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାଇ ଏଟି ଗାବାଡର ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ହୋଇନଥିବା ରୁ ସିଧାସଳଖ ଭାବେ ଗାଁକୁ ଆମ୍ବୁଲାନ୍ସ ଯାଇପାରୁ ନାହିଁ। ଗାଁ ର ମହିଳା ମାଲେହନ୍ତାଳଙ୍କ  ପ୍ରଶବ ଯନ୍ତ୍ରଣା ହୋଇଥିବାରୁ ଗ୍ରାମ ବାସୀ ଭାରରେ ମହିଳାଙ୍କୁ ପ୍ରାୟ ୫ କିମି ବୋହି ନେବା ପରେ ଆମ୍ବୁଲାନ୍ସ ରେ ପଟାଙ୍ଗି ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା। ରାସ୍ତା ନିର୍ମାଣ ହୋଇନଥିବା ଏହି ଅଞ୍ଚଳ ରେ ଏହା ଏକ ନିତିଦିନିଆ ଘଟଣା ପାଲଟିଛି। ଅନ୍ୟପକ୍ଷରେ ପାଦଚଲା ରାସ୍ତା  ବା କୌଣସି ସୁବିଧା ନଥିବା ଗ୍ରାମବାସୀଙ୍କ ସୁବିଧା  ପାଇଁ ସରକାର ବାଇକ ଆମ୍ବୁଲାନ୍ସର ସୁବିଧା କରାଇଛନ୍ତି ।
ପଟ୍ଟାଙ୍ଗି ବ୍ଲକ ନିମନ୍ତେ ଏକ ବାଇକ ଆମ୍ବୁଲାନ୍ସ  ଯୋଗାଇଦିଆ ଯାଇଥିବା ସତ୍ୱେ ଏହାର ଉପଯୋଗ ହେଉନଥିବାରୁ ହିତାଧିକାରୀ ଙ୍କ କାର୍ଯ୍ୟ ରେ ଲାଗୁନଥିବା ଅଭିଯୋଗ ହେଉଛି।  ଉକ୍ତ ବାଇକ ଆମ୍ବୁଲାନ୍ସ ଟି ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରହି ଖତ ଖାଉଥିବା ଦେଖିବାକୁ ମିଳୁଛି।  ଗର୍ଭବତୀ ମହିଳାଙ୍କୁ  ଭାରରେ ବୁହାହେଉ ଥିବା ବେଳେ ଆମ୍ବୁଲାନ୍ସର ଉପଯୋଗ ନ ହେବା ଅତ୍ୟନ୍ତ ଚିନ୍ତା ଜନକ ବିଷୟ ବୋଲି ସାଧାରଣରେ ଆଲୋଚନା ହେଉଛି। ରାସ୍ତା ନିର୍ମାଣ ହୋଇନଥିବା ଯୋଗୁଁ ଗ୍ରାମବାସୀ ସରକାରଙ୍କ ବିଭିନ୍ନ ସୁବିଧା ରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମ ବାସୀ ଦାବି କରିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories