www.samajalive.in
Monday, December 8, 2025
20.1 C
Bhubaneswar

ଏନ୍‍କାଉଣ୍ଟରରେ ଜିତେନ୍ଦ୍ର ଆହତ

ପିପିଲି : ଗତ ଡିସେମ୍ବର ୨୫ ତାରିଖରେ ପୁରୀରେ ଘଟିଥିବା ବହୁଚର୍ଚ୍ଚିତ ପାରା ହତ୍ୟାକାଣ୍ଡ ମାମଲାରେ ଫେରାର୍‍ ଥିବା ଅଭିଯୁକ୍ତ ଜିତେନ୍ଦ୍ର ସାହୁ ଓରଫ ଜିତୁକୁ ପୁଲିସ ପିପିଲି ଠାରେ ଏନ୍‍କାଉଣ୍ଟର କରିଛି । ତାର ଡାହାଣ ଗୋଡ ଆଣ୍ଠୁରେ ଗୋଟିଏ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ପିପିଲି ଡାକ୍ତରଖାନା ଓ ପରେ କ୍ୟାପିଟାଲ ହସପିଟାଲ୍‍ରେ ଭର୍ତ୍ତି କରାଯାଇଛି । ପୁଲିସ ତା’ ନିକଟରୁ ଏକ ୭.୬ଏମ୍‍ଏମ୍‍ ପିସ୍ତଲ, ୨ଟି ଗୁଳି ଓ ଏକ ବାଇକକୁ ଜବତ କରିଛି।
ସୂଚନା ଅନୁଯାୟୀ, ପୁରୀ କୁମ୍ଭାରପଡା ଥାନା ଅଞ୍ଚଳରେ ଦାଦାବଟିକୁ କେନ୍ଦ୍ରକରି ଗତ ୨୫ ତାରିଖରେ ପାରା ଓରଫ ସଞ୍ଜୟ ବେହେରାକୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତମାନେ ଫେରାର୍‍ ହୋଇଯାଇଥିବା ବେଳେ ତାଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିଲା । ଜଣେ ଅଭିଯୁକ୍ତ ଜିତେନ୍ଦ୍ର ସାହୁ ନୟାଗଡରୁ ଆସୁଥିବା ଖବର ପାଇ କୁମ୍ଭାରପଡା ଥାନା ଆଇଆଇସି ଅଭିମନ୍ୟୁ ନାୟକ, ପିପିଲି ଥାନା ଆଇଆଇସି ଶରତ କୁମାର ସାହୁ ପ୍ରମୁଖ ତାକୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଥିଲେ । ଶନିବାର ଭୋର ୫ଟା ସମୟରେ ପିପିଲି-ଜଟଣୀ ରାସ୍ତାର ବାରିମୂଳ ଛକ ନିକଟରେ ଜିତେନ୍ଦ୍ର ଏକ ବାଇକରେ ଯାଉଥିବା ବେଳେ ପୁଲିସ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲା । ଜିତେନ୍ଦ୍ର ପାଖରେ ରଖିଥିବା ପିସ୍ତଲ ଦ୍ୱାରା ପୁଲିସ ଉପରକୁ ଏକ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ସୌଭାଗ୍ୟବଶତଃ ସେଥିରେ କେହି ଆହତ ହୋଇନଥିଲେ । ପରେ ପୁଲିସ ତା’ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ଗୋଟିଏ ଗୁଳି ତା’ ଡାହାଣ ଗୋଡ ଆଣ୍ଠୁରେ ବାଜିଥିଲା । ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ତାଠାରୁ ଏକ ପିସ୍ତଲ, ଦୁଇ ରାଉଣ୍ଡ ଗୁଳି ଓ ବାଇକ୍‍କୁ ଜବତ କରିଥିବା ବେଳେ ଏନେଇ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଜିତେନ୍ଦ୍ର ନାମରେ କୁମ୍ଭାରପଡା ଥାନାରେ ୩ଟି ମାମଲା ରହିଥିବା ସୂଚନା ମିଳିଛି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories