www.samajalive.in
Monday, December 8, 2025
17.1 C
Bhubaneswar

ମଗଧ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ, ଦୁଇଭାଗ ହେଲା ​‌ଟ୍ରେନ୍‌

ଆରା: ବିହାରର ବକ୍ସର ଜିଲାରେ ରବିବାର ଘଟିଛି ଏକ ଟ୍ରେନ୍ ଦୁର୍ଘଟଣା। ଦିଲ୍ଲୀରୁ ଆସୁଥିବା ମଗଧ ଏକ୍ସପ୍ରେସ ଟ୍ରେନ ଟୁନିଗଞ୍ଜ ରେଳ ଷ୍ଟେସନରେ ହଠାତ୍ ଦୁଇ ଭାଗ ହୋଇଯାଇଥିଲା। ଚଳନ୍ତା ଟ୍ରେନ୍ ଦୁଇ ଭାଗ ହୋଇଯିବା ପରେ ଯାତ୍ରୀମାନେ ଆତଙ୍କିତ ହୋଇଯାଇଥିଲେ। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଲୋକୋ ପାଇଲଟ ତୁରନ୍ତ ଟ୍ରେନକୁ ଅଟକାଇଥିଲେ। ଖବର ପାଇ ରେଲଓ୍ବେ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ବର୍ତ୍ତମାନସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ। ରବିବାର ଦିନ ପ୍ରାୟ ୧୧ଟା ୧୫ ସମୟରେ ଇଞ୍ଜିନରୁ ୧୩ ଓ ୧୪ ନମ୍ବର ବଗି ମଧ୍ୟରେ ଯୋଡ଼େଇ ଛାଡ଼ିଯିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ୨୦୮୦୨ ଡାଉନ ମଗଧ ଏକ୍ସପ୍ରେସ୍‌ ନୂଆଦିଲ୍ଲୀରୁ ପାଟନା ଯାଉଥିଲା। ଡୁମରାଓ ରେଳ ଷ୍ଟେସନ ଛାଡ଼ି ଟୁନିଗଞ୍ଜ ରେଳ ଷ୍ଟେସନରେ ପହଞ୍ଚିବା ମାତ୍ରେ ହଠାତ୍ ଟ୍ରେନ ବଗି ଅଲଗା ହୋଇଯାଇଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories