www.samajalive.in
Monday, December 8, 2025
20.1 C
Bhubaneswar

ଆସିଲା ନୂଆ ତାଲିକା: ଜାଣନ୍ତୁ ଦେଶର ୧୦ ସବୁଠୁ ଧନୀ ବ୍ୟକ୍ତିଙ୍କୁ, ସେମାନେ କିଏ ଓ ସେମାନଙ୍କ ସମ୍ପତ୍ତି କେତେ ?

ସମାଜ ଡିଜିଟାଲ ଡେସ୍କ: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ ଦେଶର ସବୁଠୁ ଧନୀ ବ୍ୟକ୍ତି ଭାବେ ମାନ୍ୟତା ପାଇଛନ୍ତି। ମୁକେଶ ଅମ୍ବାନୀଙ୍କୁ ହଟାଇ ସେ ଦେଶର ୧ ନମ୍ବର ଧନୀ ହେବାର ସୁଯୋଗ ଲାଭ କରିଛନ୍ତି। ହୁରୁନ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଧନୀ ତାଲିକା ୨୦୨୪ ରିପୋର୍ଟରେ ଏହା କୁହାଯାଇଛି।

ତାଲିକା ଅନୁସାରେ, ଆଦାନୀଙ୍କ ମୋଟ ସମ୍ପତ୍ତିର ପରିମାଣ ୧୧ ଲକ୍ଷ ୬୦ ହଜାର କୋଟି ଟଙ୍କା। ୨ୟ ସ୍ଥାନରେ ଥିବା ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ପରିମାଣ ୧୦ ଲକ୍ଷ ୧୪ ହଜାର ୭୦୦ କୋଟି ରହିଛି। ହୁରୁନ ଇଣ୍ଡିଆର ପ୍ରତିଷ୍ଠାତା ତଥା ମୁଖ୍ୟ ଗବେଷକ ଅନସ ରହମନ ଜୁନୈଦ କହିଛନ୍ତି, ଭାରତ ଏସିଆର ଧନୀ ସୃଷ୍ଟିକାରୀ ମେସିନ ପାଲଟିଛି। ଚୀନରେ ଧନୀଙ୍କ ସଂଖ୍ୟା ୨୫ ପ୍ରତିଶତ ହ୍ରାସ ପାଇଥିବାବେଳେ ଭାରତରେ ଏଥିରେ ୨୯ ପ୍ରତିଶତ ବୃଦ୍ଧି ଘଟିଛି।

- Advertisement -

ସେହିପରି ଧନୀ ତାଲିକାର ୩ୟ ସ୍ଥାନରେ ରହିଛନ୍ତି ଏଚସିଏଲ ଟେକ୍ନୋଲୋଜି ମୁଖ୍ୟ ଶିବ ନାଦାର ଏବଂ ପରିବାର, ଯାହାଙ୍କ ମୋଟ ସମ୍ପତ୍ତି ପରିମାଣ ହେଉଛି ୩ ଲକ୍ଷ ୧୪ ହଜାର କୋଟି। ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ପ୍ରତିଷ୍ଠାତା ସାଇରସ ପୁନାଓ୍ବାଲା(୨ଲକ୍ଷ ୮୯ ହଜାର ୮୦୦ କୋଟି) ୪ର୍ଥ ସ୍ଥାନରେ ଥିବାବେଳେ ସନ୍‌ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରିଜର ମାଲିକ ଦିଲିପ ସାଂଘଭୀ(୨ ଲକ୍ଷ ୪୯ ହଜାର ୯୦୦ କୋଟି) ୫ମ ସ୍ଥାନରେ ଅଛନ୍ତି।

 

ଏହା ପଛକୁ ୬ଷ୍ଠ ସ୍ଥାନରେ ରହିଛନ୍ତି କୁମାର ମଙ୍ଗଲମ ବିର୍ଲା ଓ ପରିବାର(୨ ଲକ୍ଷ ୩୫ ହଜାର ୨୦୦ କୋଟି), ୭ମ ସ୍ଥାନରେ ଗୋପିଚାନ୍ଦ ହିନ୍ଦୁଜା ଓ ପରିବାର(୧ଲକ୍ଷ ୯୨ ହଜାର ୭୦୦ କୋଟି), ୮ମରେ ରାଧାକିଶନ ଦମନି ଓ ପରିବାର(୧ ଲକ୍ଷ ୯୦ ହଜାର ୯୦୦ କୋଟି) ୯ମରେ ଅଜିମ ପ୍ରେମଜୀ ଓ ପରିବାର(୧ଲକ୍ଷ ୯୦ ହଜାର ୭୦୦ କୋଟି) ଏବଂ ୧୦ମ ସ୍ଥାନରେ ଅଛନ୍ତି ନୀରଜ ବଜାଜ ଏବଂ ପରିବାର(୧ ଲକ୍ଷ ୬୨ ହଜାର ୮୦୦ କୋଟି)।

ତେବେ ଚଳିତ ଥର ଧନୀ ତାଲିକାରେ ସର୍ବକନିଷ୍ଠ କୋଟିପତି ଭାବେ ୨୧ ବର୍ଷୀୟ କୈବଲ୍ୟ ଭୋରା ଏବଂ ୨୨ ବର୍ଷୀୟ ଆଦିତ୍‌ ପାଲିଚା ସ୍ଥାନ ପାଇଛନ୍ତି। ଉଭୟେ କୁଇକ୍‌ କମର୍ସ ଷ୍ଟାର୍ଟଅପ୍‌ ଜେପ୍‌ଟୋର ସହ ପ୍ରତିଷ୍ଠାତା। ଏହାବ୍ୟତୀତ ପଥମ ଥର ଲାଗି ବଲିଉଡ୍ ଅଭିନେତା ଶାହରୁଖ ଖାନ ଏହି ତାଲିକାରେ ସାମିଲ ହୋଇଛନ୍ତି। ଶାହରୁଖଙ୍କ ମୋଟ ସମ୍ପତ୍ତି ୭ ହଜାର ୩୦୦ କୋଟି ବୋଲି ଦର୍ଶାଯାଇଛି। ଚଳିତବର୍ଷ ତାଲିକାରେ ୩୩୪ ଜଣଙ୍କ ନାଁ ସ୍ଥାନ ପାଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories