www.samajalive.in
Monday, December 8, 2025
20.1 C
Bhubaneswar

ପୁଣି ଘୁଞ୍ଚିଲା ଅଯୋଧ୍ୟା ମାମଲା

ନୂଆଦିଲ୍ଳୀ: ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ଶୁଣାଣି ଜାନୁଆରୀ ୨୯ ତାରିଖକୁ ଘୁଞ୍ଚି ଯାଇଛି। ଆଜି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଶାଣି ହେବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ତେବେ ଶୁଣାଣି ପୂର୍ବରୁ ୫ ଜଣିଆ ଖଣ୍ଡପୀଠରୁ ଜଷ୍ଟିସ୍‍ ୟୁ ୟୁ ଲଳିତ ଓହରି ଯିବାରୁ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୯ ତାରିଖ ପୂର୍ବରୁ ପୁଣି ଥରେ ନୂଆ ଖଣ୍ଡପୀଠ ଗଠନ କରାଯିବ।
ଅଯୋଧ୍ୟାର ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ପାଇଁ ହିନ୍ଦୁ ସଂଗଠନ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ପକ୍ଷରୁ ସରକାରଙ୍କ ଉପରେ ପ୍ରବଳ ଚାପ ପଡ଼ୁଛି। ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣନ୍ତୁ ବୋଲି ଦାବି ହେଉଥିବା ବେଳେ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଚୂଡ଼ାନ୍ତ ରାୟ ପ୍ରକାଶ ପରେ ହିଁ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ମାମଲାର ତ୍ୱରିତ ଶୁଣାଣି ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ସମେତ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଆଗତ ୧୪ଟି ଆବେଦନକୁ ଗତ ବର୍ଷ ସୁପ୍ରିମକୋର୍ଟ ଖାରଜ କରିବା ସହିତ ୨୦୧୯କୁ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଥିଲେ। ନୂଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ ବୋଲି ଗତ ୪ ତାରିଖରେ ସୁପ୍ରିମକୋର୍ଟ ୧ ମିନିଟ୍‍ର ଶୁଣାଣି ପରେ ରାୟ ଦେବା ସହିତ ଗତ ୮ ତାରିଖରେ ୫ ଜଣିଆ ଖଣ୍ଡପୀଠ ଗଠନ କରିଥିଲେ।
ସୁପ୍ରିମକୋର୍ଟର ପ୍ରଧାନ ବିଚାରତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ବିଚାରପତି ୟୁ ୟୁ ଲଳିତ, ଏସ ଏ ବୋବ୍‍ଡେ, ବିଚାରପତି ଏନ୍‍ ଭି ରମଣ ଓ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ୫ ଜଣିଆ ଖଣ୍ଡପୀଠ ଗଠନ କରାଯାଇଥିଲା। ତେବେ ଶୁଣାଣି ପୂର୍ବରୁ ଗୁରୁବାର ଖଣ୍ଡପୀଠରୁ ୟୁ ୟୁ ଲଳିତ ଓହରି ଯାଇଛନ୍ତି।
ଅଯୋଧ୍ୟାର ବିବାଦୀୟ ଜମିକୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ବୋଲି ଦାବି କରିବା ସହିତ ସେଠାରେ ରାମମନ୍ଦିର ନିର୍ମାଣ ପାଇଁ ହିନ୍ଦୁ ସଂଗଠନ ଗୁଡ଼ିକ ଦାବି କରି ଆସୁଛନ୍ତି। ମନ୍ଦିର ନିର୍ମାଣ କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର କରିବା ପାଇଁ ୧୯୯୨, ଡିସେମ୍ବର ୬ ତାରିଖରେ ସେଠାରେ ଥିବା ବାବ୍ରି ମସଜିଦ୍‍କୁ କରସେବକମାନେ ଭାଙ୍ଗି ଦେଇଥିଲେ। ଏହାପରେ ମାମଲା କୋର୍ଟକୁ ଯାଇଥିଲା। ୨୦୧୦ରେ ମାମଲାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ୨.୭ ଏକର ଜମିରୁ ହିନ୍ଦୁ ସଂଗଠନକୁ ଦୁଇ ତୃତୀୟାଂଶ ଓ ସୁନି ୱକ୍‍ଫ ବୋର୍ଡକୁ ଏକ ତୃତୀୟାଂଶ ଜମି ହସ୍ତାନ୍ତର କରିବା ପାଇଁ ରାୟ ଦେଇଥିଲେ। ଆହ୍ଲାବାଦ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଉଭୟ ହିନ୍ଦୁ ଓ ମୁସଲିମ୍‍ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଆପିଲ୍‍ କରାଯାଇଥିଲା। ୨୦୧୧ରେ ସୁପ୍ରିମକୋର୍ଟ ଆହ୍ଲାବାଦ୍‍ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଦେଇଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories