www.samajalive.in
Monday, December 8, 2025
20.1 C
Bhubaneswar

ଲଦାଖରେ ୫ ନୂଆ ଜିଲା ଗଠନ କଲେ କେନ୍ଦ୍ର ସରକାର

ସମାଜ ଡିଜିଟାଲ ଡେସ୍କ: ଲଦାଖରେ ୫ଟି ନୂଆ ଜିଲା ଗଠନ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋମବାର ଏ ନେଇ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଲୋକଙ୍କ ପାଇଁ ଲାଭଦାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାର ଲଦାଖବାସୀଙ୍କ ପାଇଁ ପ୍ରଚୁର ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଶାହ କହିଛନ୍ତି।

ଏହି ୫ ନୂଆ ଜିଲାର ନାମକରଣ ହୋଇଛି। ସେଗୁଡ଼ିକ ହେଲା ଜନସ୍କାର, ଦ୍ରାସ, ଶାମ୍‌, ନୁବ୍ରା ଏବଂ ଚଙ୍ଗଥାଙ୍ଗ। ଏହି ନୂଆ ଜିଲା ଗଠନ ହେବା ଫଳରେ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ପାଇଥିବା ଲଦାଖରେ ବର୍ତ୍ତମାନ ସୁଦ୍ଧା ଜିଲା ସଂଖ୍ୟା ୭କୁ ବୃଦ୍ଧି ପାଇଛି।

- Advertisement -

ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀର ପୁନର୍ଗଠନ ଆଇନ ୨୦୧୯ ଅନୁସାରେ ଏହାକୁ ଦୁଇଟି ପୃଥକ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା। ତାହା ହେଉଛି ଜାମ୍ମୁ-କାଶ୍ମୀର ଏବଂ ଲଦାଖ। ଜାମ୍ମୁ-କାଶ୍ମୀରରେ ବିଧାନସଭା ରହିଥିବାବେଳେ ଲଦାଖର ପ୍ରଶାସନିକ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଦ୍ଵାରା ସିଧାସଳଖ ନିୟନ୍ତ୍ରଣ କରାଯାଉଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories