www.samajalive.in
Monday, December 8, 2025
17.1 C
Bhubaneswar

୨୦୪୦ ସୁଦ୍ଧା ଚନ୍ଦ୍ରକୁ ମହାକାଶଚାରୀ ପଠାଯିବାକୁ ରହିଛି ଲକ୍ଷ୍ୟ: ଇସ୍ରୋ ମୁଖ୍ୟ

ସମାଜ ଡିଜିଟାଲ ଡେସ୍କ: ଚନ୍ଦ୍ରଯାନ-୩ ମିଶନ ମାତ୍ର ଏକ ଆରମ୍ଭ ଥିଲା। ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମହାକାଶଚାରୀମାନଙ୍କୁ ପଠାଯିବାକୁ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମୁଖ୍ୟ ଏସ. ସୋମନାଥ। ଶୁକ୍ରବାର ଜାତୀୟ ମହାକାଶ ଦିବସ ପାଳନ ଅବସରରେ ଇସ୍ରୋ ମୁଖ୍ୟ ସୋମନାଥ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବରସରେ ଏହା କହିଛନ୍ତି। ଚନ୍ଦ୍ରଯାନ-୩ ମିଶନରେ ୨୦୨୩ ଅଗଷ୍ଟ ୨୩ରେ ଇସ୍ରୋ ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମ ଲ୍ୟାଣ୍ଡରକୁ ଅବସ୍ଥାନ କରାଇବାରେ ସଫଳ ହୋଇଥିଲା। ଏହି ଦିବସକୁ ସ୍ମରଣ କରି ଆଜି ଜାତୀୟ ମହାକାଶ ଦିବସ ପାଳନ କରାଯାଉଛି।

ମହାକାଶ କ୍ଷେତ୍ରରେ ବିଶ୍ଵ ସ୍ତରରେ ଭାରତ ଆଗକୁ ବଢୁଛି। ଆମେରିକା, ଜାପାନ, ରୁଷ ଏବଂ ଅନ୍ୟାନ୍ୟ ଦେଶର ମହାକାଶ ସଂସ୍ଥା ଇସ୍ରୋ ସହିତ ମିଶି କାମ କରୁଛନ୍ତି। ମହାକାଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଇସ୍ରୋ ପ୍ରଭାବ ବିସ୍ତାର କରୁଛି, ଯାହାର ଏକ ପ୍ରତିଫଳନ ହେଉଛି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ଆଇଏସଏସ)ରେ ଭାରତର ସମ୍ପୃକ୍ତି।

- Advertisement -

ସୋମନାଥ ଆହୁରି କହିଛନ୍ତି, ୨୦୨୩ ଅଗଷ୍ଟ ୨୩ର ସଫଳତା ଯୁବପିଢ଼ି, ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କ ଆତ୍ମବିଶ୍ଵାସକୁ ଶକ୍ତି ଯୋଗାଇବ। ଭାରତ ଅନ୍ତର୍ଦେଶୀୟ ଜ୍ଞାନକୌଶଳ ବଳରେ ସ୍ଵତନ୍ତ୍ର ଭାବେ ଚନ୍ଦ୍ରଯାନ-୩ ଭଳି ମିଶନ କାର୍ଯ୍ୟକାରୀ କରିବାର ଦକ୍ଷତା ରଖିଥିବା ଏହା ଦର୍ଶାଇଛି। ଭବିଷ୍ୟତରେ ଚନ୍ଦ୍ରପୃଷ୍ଠ ସମ୍ପର୍କିତ ଅଧିକ ତଥ୍ୟ ହାସଲ ଲାଗି ଚନ୍ଦ୍ରଯାନ-୪ ମିଶନ କାର୍ଯ୍ୟକାରୀ ହେବ। ଏହା ସହିତ ୨୦୪୦ ସୁଦ୍ଧା ଚନ୍ଦ୍ରପୃଷ୍ଠକୁ ମାନବ ମହାକାଶଚାରୀଙ୍କୁ ପଠାଯିବାକୁ ଲକ୍ଷ୍ୟ ରହିଛି ବୋଲି ସୋମନାଥ କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories