www.samajalive.in
Monday, December 8, 2025
27.1 C
Bhubaneswar

ମିଞ୍ଜାପଙ୍କାରେ ସପ୍ତାହେରୁ ଅଧିକ ସମୟ ଧରି କାମ କରୁନି ଜିଓ ନେଟ୍‌ୱର୍କ ସେବା

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ପଞ୍ଚାୟତର ମିଞ୍ଜାପଙ୍କାରେ ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିରହିଛି। ଦୀର୍ଘ ଦିନ ଧରି ନେଟୱର୍କ ଠିକ୍ ଭାବରେ କାମକରୁ ନ ଥିବାରୁ ଗ୍ରାହକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବାରମ୍ବାର ଅଭିଯୋଗ ହେବାପରେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବାରୁ ଅଞ୍ଚଳର ଜିଓ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଞ୍ଚଳରେ ସଂଖ୍ୟାଧିକ ଗ୍ରାହକ ରହିଥ‌ିବାବେଳେ ନେଟୱର୍କ କାମ କରୁନଥିବାରୁ ବିଭିନ୍ନ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହୋଇଛି। ସ୍କୁଲ କଲେଜରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବ୍ୟାଙ୍କ ସେବା, ବିଭିନ୍ନ ପ୍ରକାର ଅନଲାଇନ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ମାସକୁ ମାସ ଜିଓ ଗ୍ରାହକ ଶତାଧିକ ଟଙ୍କାର ରିଚାର୍ଜ କରୁଥିବା ବେଳେ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଜିଓ ନେଟୱର୍କ ଆସୁ ନଥିବା ଅଭିଯୋଗ ହୋଇଛି। ଜିଓ କମ୍ପାନୀ ସେବା ଯୋଗାଇବାରେ ବିଫଳ ହୋଇଥିବା ବେଳେ ତୁରନ୍ତ ଏହାର ସମାଧାନ ନ କଲେ ଆଗାମୀ ଦିନରେ ଜିଓ ନେଟଓ୍ବର୍କ ବିରୋଧରେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ମତ ଦେଇଛନ୍ତି। ସେହିଭଳି ସାମାନ୍ୟ ବର୍ଷା ଝଡ଼ ହେଉ କିମ୍ବା ବିଦ୍ୟୁତ କାଟ୍‌ ହେଲେ ନେଟୱର୍କ ଘଣ୍ଟା ଘଣ୍ଟା ଧରି ବନ୍ଦ ହୋଇ ଯାଉଥିବା ମଧ୍ୟ ଅଭିଯୋଗ ହେଉଛି। ଅନ୍ୟପଟେ ଟାୱାର ଦାୟିତ୍ବରେ ଥିବା କର୍ମଚାରୀଙ୍କ ଖାମଖିଆଲ ମନୋଭାବରୁ ଏଭଳି ସମସ୍ୟା ସୃଷ୍ଟି ହେଉଥ‌ିବା କୁହାଯାଇଛି। କମ୍ପାନୀ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମିଞ୍ଜାପଙ୍କା ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

 

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories