www.samajalive.in
Thursday, December 11, 2025
27.1 C
Bhubaneswar

ଉତ୍କଳ ସଂଗୀତ ମହାବିଦ୍ୟାଳୟର ସାଂସ୍କୃତିକ କାର୍ଯ୍ୟକ୍ରମ ସଙ୍ଗୀତୟାନ

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ସଂସ୍କୁତି ବିଭାଗ ଆନୁକୂଲ୍ୟରେ ଉତ୍କଳ ସଂଗୀତ ମହା ବିଦ୍ୟାଳୟ ଦ୍ୱାରା ମାସିକ ସାଂସ୍କୁତିକ କାର୍ଯ୍ୟକ୍ରମ ସଙ୍ଗୀତାୟନ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ ଅନୁଷ୍ଠିତ ହୋଇଯାଇଛି। ଏହି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୁତିକ ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ. ବରିଷ୍ଠ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ମ ମଧୁସୂଦନ ଦାଶ, ସମ୍ମାନିତ ଅତିଥି ଭାରତୀୟ ଷ୍ଟେଟବ୍ୟାଙ୍କ ର ସରକାରୀ ସାଧାରଣ ପରିଚାଳକ ଶ୍ରୀଯୁକ୍ତ ବରେନ୍ଦ୍ର ରଣା, ସଂସ୍କୃତି ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ସନ୍ଧ୍ୟାରେ ଅଧ୍ୟକ୍ଷ ଗୁରୁ ଡ଼ ବିଜୟ କୁମାର ଜେନାଙ୍କ ନିର୍ଦ୍ଧେଶନାରେ କଣ୍ଠଶିଳ୍ପୀ ରତିକ ପାତ୍ର ଓଡ଼ିଶୀ ଏକକ ଗାୟନ ପରିବେଷଣ କରିଥିଲେ ଗୁରୁଶ୍ରୀ ଭାରତୀ ଜେନା ଓ ଗୁରୁଶ୍ରୀ ପ୍ରଦୀପ କୁମାର ଦାସ, ଗୁରୁଶ୍ରୀ ଜ୍ଞାନରଞ୍ଜନ ସାହୁଙ୍କ ନିର୍ଦ୍ଦେଶନ ଓ ପରିଚାଳନାରେ ଓଡିଶୀବୃନ୍ଦଗାୟନ ମଲି ମାଳ, ଶ୍ୟାମକୁ ଜୁହାର, ପରିବେଷଣ କାରାଯାଇଥିଲା ଜୟ ପ୍ରକାଶ, ଶ୍ୟାମଳି ଲେଙ୍କା, ସୁନନ୍ଦା ଦାଶ, ଦେବାଶିଷ ଦଳାଇ, ସତ୍ୟବ୍ରତ ପାଢ଼ୀ, ଅଭିଲିସ୍ପା ପାତ୍ର, ପୁର୍ଣମା ନାଥ, ଅମିତ ପଣ୍ଡା, ଚନ୍ଦନ ନାୟକ, ତୃପ୍ତିମୟୀ ଦୀକ୍ଷିତ କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏଥିରେ ବାଦ୍ୟଯନ୍ତ୍ର ଯଥା, ବଂଶୀ ଗୁରୁଶ୍ରୀ ଶ୍ରୀନିବାସ ଶତପଥୀ.ମର୍ଦ୍ଧଳ ଗୁରୁ ଶ୍ରୀ ମୁରଲୀ ଧର ସ୍ୱାଇଁ. ହାର୍ମୋନିୟମ.ଗୁରୁ ଶ୍ରୀ ପ୍ରଦୀପ କୁମାର ଦାସ. ମଂଜିରା. ସୌକାନ୍ତ ମଲ୍ଲିକ.ତାନପୁରା.ଭାଗ୍ୟଶ୍ରୀ ଦାସ ଓ ଭବାନୀ ସାମଲ ପ୍ରମୁଖ ସହଯୋଗ କରିଥିଲେ।ଏହି ଅବସରରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଦ୍ୱାରା ଓଡିଶୀ କଣ୍ଠ ସଙ୍ଗୀତ, ବଂଶୀ ବାଦନ.ଓ ମର୍ଦ୍ଧଳ ବାଦନ ପରିବେଷଣ କାରାଯାଇଥିଲା ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ନିବାସ ଘଟୁଆରୀ

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories