www.samajalive.in
Monday, December 8, 2025
20.1 C
Bhubaneswar

ଆଧାରକେନ୍ଦ୍ରରୁ ପ୍ରିଣ୍ଟର ଓ ଆଇ ସ୍କାନର ଚୋରି

ଦାରିଙ୍ଗବାଡି : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପରିସର ମଧ୍ୟରେ ଥିବା ଆଧାର କେନ୍ଦ୍ରରୁ ପ୍ରିଣ୍ଟର ଓ ଆଇ ସ୍କାନର ଚୋରି ହୋଇଥିବା ନେଇ ଆଧାର କେନ୍ଦ୍ରର ପରିଚାଳକ ସୁରେନ ସାହୁ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୁରେନ୍ ସାହୁ ଶନିବାର ଦିନ ସନ୍ଧ୍ୟା ୫ ବେଳେ ଆଧାର କେନ୍ଦ୍ର ବନ୍ଦ କରି ନିଜ ଘର ସିମନବାଡ଼ି ଗ୍ରାମକୁ ଯାଇଥିଲେ । ରବିବାର ଛୁଟି ଥିବା ଯୋଗୁଁ ସୋମବାର ଦିନ ୧୦ ଟା ବେଳେ ଆଧାର କେନ୍ଦ୍ରକୁ ଆସିଥିଲେ । ହେଲେ ଆସି ଦେଖିଲା ବେଳେ ଝରକା ତାଡ଼ି କେହି ଦୁର୍ବୃତ୍ତ ପ୍ରିଣ୍ଟର ସହ ଆଇ ସ୍କାନର ଚୋରି କରି ନେଇଥିବା ଦେଖିଥିଲେ । ଫଳରେ ଆଧାର କାର୍ଡ ପାଇଁ ବହୁ ଦୂର ଦୁରାନ୍ତରୁ ଆସିଥିବା ଲୋକେ ଅଯଥା ଖର୍ଚ୍ଚାନ୍ତ ହୋଇ ଘରକୁ ଫେରି ଯାଇଥିଲେ । ଯେଉଁଠାରେ ଆଧାର କେନ୍ଦ୍ର ରହିଛି ଉକ୍ତ ଘର ଛୋଟ ଥିବାବେଳେ କବାଟ ଝରକା ଠିକ୍ ନଥିବା ଯୋଗୁଁ ଏଭଳି ଚୋରି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏତଲା ପାଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories