www.samajalive.in
Monday, December 8, 2025
20.1 C
Bhubaneswar

ଲଘୁଚାପ ବର୍ଷାରେ ଭୁଶୁଡିଲା ଘର , ବେସାହାରା ହୋଇ ପଡିଛନ୍ତି ଦୁଇ ପରିବାର

କଲମପୁର : ଲଘୁଚାପ ଜନିତ ବର୍ଷା ଓ ପବନରେ ଘର ଭୂଷଡ଼ି ପଡିବାରୁ ୨ଟି ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କଳାହାଣ୍ଡି ଜିଲା କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ଗ୍ରାମ ପଞ୍ଚାୟତର ପୋଟେସ ଗ୍ରାମର ବଳଭଦ୍ର ସୁନାନୀ ଓ ଗୀତାଞ୍ଜଳି ସୁନାନୀଙ୍କ ପରିବାରର ୮ ଜଣ ସଦସ୍ୟ ଶୋଇଥିବା ବେଳେ ଶୁକ୍ରବାର ରାତି ୩ଟା ସମୟରେ ପ୍ରବଳ ପବନ ଓ ବର୍ଷା ହେବାରୁ ସେମାନଙ୍କ ଘର ଭୁଶୁଡି ପଡ଼ିଥିଲା। ଫଳରେ ପରିବାର ଲୋକେ ବ୍ୟବହାର କରୁଥିବା ଅନେକ ସାମଗ୍ରୀ ନଷ୍ଟ ହୋଇଯାଇଥିଲା ଏବଂ ସେମାନେ ଅଳ୍ପକେ ବର୍ତ୍ତି ଯାଇଛଥିଲା।

ସେହି ଭଙ୍ଗା ଘରେ ପରିବାରର ୮ ଜଣ ଲୋକ ରାତିସାରା ବର୍ଷା ପାଣିରେ ଭିଜି ରହିଥିବା ସହ ଘରର ଅନ୍ୟ ଜିନିଷ ଗୁଡିକ ଭିଜି ନଷ୍ଟ ହୋଇଯାଇଛି। ବଳଭଦ୍ର ଜଣେ ନିରୀହ ଗରିବ ଶ୍ରେଣୀର ଲୋକ। ଗତ ବର୍ଷ ୨୦୨୩ ମେ ମାସ ୨୬ ତାରିଖରେ କାଳବୈଶାଖୀରେ ଗୋଟିଏ କୋଠରୀର ଆଜବେଷ୍ଟ୍ ଉଡ଼ିଯାଇଥିଲ । ପ୍ରଶାସନ ତରଫରୁ ମାତ୍ର ପଲିଥିନ୍ ଗୋଟିଏ ଦେଇଥିଲେ। ବିଚରା ବଳଭଦ୍ର ନିତାନ୍ତ ଗରିବ ହେତୁ ଆର୍ଥିକ ଅଭାବରୁ ଭଙ୍ଗା ଘରକୁ ମଧ୍ୟ ସଜାଡ଼ି ପାରିନଥିଲା । ସେହି ଭଙ୍ଗା ଘରରେ ବଳଭଦ୍ରର ୩ ପରିବାର ଓ ତାର ପୁଅର ୫ ପରିବାର ରହି ଆସୁଥିଲେ।

- Advertisement -

ବଳଭଦ୍ରର ପୁଅ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇଥିବା ବେଳେ , ତାଙ୍କ ବୋହୁ ଗୀତାଞ୍ଜଳି ସୁନାନୀ ଛୋଟ ଛୋଟ ୩ ପୁଅକୁ ଧରି ରହୁଛନ୍ତି। ହେଲେ ଦୀର୍ଘ ୧୫ ଦିନରୁ ଅଧିକ ଦିନ ଲାଗି ରହିଥିବା ଲଘୁଚାପ ଜନିତ ବର୍ଷାରେ ଘର ଭୁଶୁଡ଼ି ଯିବାରୁ ୨ ଗୋଟି ପରିବାର ବେସାହାରା ହୋଇ ପଡିଛନ୍ତି। ଏବେ କେଉଁଠି ୨ ପରିବାରର ୮ ଜଣ କୁ ନେଇ ରହିବେ ତାହା ନେଇ ଚିନ୍ତା କରୁଛନ୍ତି ବଳଭଦ୍ର। ବର୍ତ୍ତମାନ ବଳଭଦ୍ର ଭଙ୍ଗାଘରକୁ ସଜାଡିବା ପାଇଁ ସେ ଅସକ୍ଷମ। ତେଣୁ ତାଙ୍କୁ ସରକାରଙ୍କ ତରଫରୁ କିଛି ଆର୍ଥିକ ସହାୟତା ସହ ପକ୍କାଘର ଖଣ୍ଡିଏ ଯୋଗାଇ ଦେବା ନିମନ୍ତେ ପ୍ରଶାସନ ପାଖରେ ଗୁହାରି କରୁଛନ୍ତି।

ଘର ଭୁଶୁଡ଼ି ଯିବା ଖବର ପାଇ କଲମପୁର ବିଜେପି ମଣ୍ଡଳ ସଭାପତି କମଲ ବାଗ , ଦେପୁର ଗ୍ରାମ ପଞ୍ଚାୟତ ବିଜେପି ଶକ୍ତି କେନ୍ଦ୍ର ପ୍ରମୁଖ ସୁଧୀର ରଞ୍ଜନ ବାଗ , ପଣ୍ଡିଗାଁ ଗ୍ରାମ ପଞ୍ଚାୟତ ବିଜେପି ଶକ୍ତି କେନ୍ଦ୍ର ପ୍ରମୁଖ କୃଷ୍ଣ ବାଗ , କଲମପୁର ବିଜେପି ମଣ୍ଡଳ ମହିଳା ସଭାନେତ୍ରୀ ସାବିତ୍ରୀ ନାଗ ପ୍ରମୁଖ ବଳଭଦ୍ର ଙ୍କ ପରିବାରଙ୍କୁ ଶନିବାର ସକାଳେ ସାକ୍ଷାତ କରି ପଲିଥିନ ଗୋଟିଏ ଦେବା ସହିତ ସରକାରଙ୍କ ନିୟମ ଅନୁସାରେ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories