www.samajalive.in
Monday, December 8, 2025
17.1 C
Bhubaneswar

କଲ୍ୟାଣସିଂହପୁରରେ ନୂତନ ବିଧାୟକ ସମୀକ୍ଷା ବୈଠକ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ସମିତି କାର୍ଯ୍ୟାଳୟ ସଦଦ୍ଭାବନା ଗୃହ ଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ନବ ନିର୍ବାଚିତ ବିଧାୟକ ନୀଳମାଧଵ ହିକକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ବିଡ଼ିଓ ମନୀଷା ଦାସ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ,ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା ,ବ୍ଲକ କଂଗ୍ରେସ ଦଳର ସଭାପତି ସିହେଚ ନାଗେଶ୍ୱର ରାଓ , ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରୀ ପ୍ରମୁଖ ମଞ୍ଚାସିନ ରହିଥିଲେ। ସମିତିର ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ମୁଖ୍ୟତଃ ବିଶୁଦ୍ଧ ପାନୀୟ ଓ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିଥିଲେ । ଏଥିରେ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ। ନବ ନିର୍ବାଚିତ ବିଧାୟକ ନୀଳମାଧଵ ହିକକାଙ୍କୁ ଦଳୀୟ କର୍ମୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ବାଣ ଫୁଟାଇ ଥିଲେ। ଏହାପରେ ସମିତି କାର୍ଯ୍ୟାଳୟରେ ପ୍ରଶାସନ ପକ୍ଷରୁ ମଧ୍ୟ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହା ପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଧାୟକଙ୍କ ଗସ୍ତରେ ବ୍ଲକ ଦଳୀୟ କର୍ମୀ ନେତା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories