www.samajalive.in
Monday, December 8, 2025
27.1 C
Bhubaneswar

ଚଳିତ ବର୍ଷ ୪୧ହଜାର କୋଟି ଚଳୁ: ୪ବର୍ଷର ରେକର୍ଡ଼ ଭାଙ୍ଗିଲା ବ୍ୟାଙ୍କ ଜାଲିଆତି

ନୂଆଦିଲ୍ଲୀ: ଚଳିତ ଆର୍ôଥକ ବର୍ଷରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୩ହଜାର କୋଟି ଟଙ୍କାର ଜାଲିଆତି ମାମଲା ସର୍ବାଧିକ ଚର୍ଚ୍ଚାରେ ଆସିଥିଲେ ମଧ୍ୟ ନିକଟରେ ଆରବିଆଇ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଚଳିତ ବର୍ଷର ବ୍ୟାଙ୍କ ଜାଲିଆତି ବିଗତ ୪ବର୍ଷର ରେକର୍ଡ଼ ଭାଙ୍ଗି ଦେଇଥିବା ପ୍ରମାଣିତ କରିଛି। ଆରବିଆଇ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ୨୦୧୭-୧୮ ଆର୍ଥିକ ବର୍ଷରେ ମୋଟ୍‍ ୪୧,୧୬୭,୭କୋଟି ଟଙ୍କାର ଜାଲିଆତି ହୋଇଥିବା ଜଣାପଡ଼ିଛି। ଗତ ବର୍ଷ କେବଳ ୨୩,୯୩୩କୋଟି ଟଙ୍କାର ଜାଲିଆତି ହୋଇଥିବାବେଳେ ଚଳିତ ବର୍ଷର ଜାଲିଆତିର ପରିମାଣକୁ ତର୍ଜମା କଲେ ୭୨ପ୍ରତିଶତ ଅଧିକ ହୋଇଥିବା ପ୍ରମାଣିତ ହେଉଛି।
ଆରବିଆଇ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ବିଗତ ୪ବର୍ଷ ମଧ୍ୟରେ ବ୍ୟାଙ୍କ ଜାଲିଆତି ଘଟଣା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ୨୦୧୩-୧୪ରେ ୧୦,୧୭୦କୋଟି ଟଙ୍କାର ବ୍ୟାଙ୍କ ଜାଲିଆତି ହୋଇଥିବାବେଳେ ୨୦୧୮ରେ ତାହା ବୃଦ୍ଧି ପାଇଁ ୪୧,୧୬୭,୭କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଯାହା ୪ବର୍ଷରେ ୪ଗୁଣା ବୃଦ୍ଧି ପାଇଥିବା ପ୍ରମାଣିତ କରୁଛି।
୨୦୧୭-୧୮ଆର୍ଥିକ ବର୍ଷରେ ବ୍ୟାଙ୍କ ଜାଲିଆତିର ୫,୯୧୭ଟି ମାମଲା ପଞ୍ଜିକୃତ ହୋଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ବ୍ୟାଲେନ୍ସ ସିଟ୍‍ ଅପରେସନ୍‍, ବିଦେଶୀ ମୁଦ୍ରା ନେଣଦେଣ ଅପରେସନ୍‍, ଜମା ଖାତା ଓ ସାଇବର କ୍ରାଇମ ସମ୍ବନ୍ଧିୟ ଅପରାଧକୁ ତର୍ଜମା କରି ଉପରୋକ୍ତ ସଂଖ୍ୟକ ମାମଲା ରୁଜୁ ହୋଇଥିବା ଆକଳନ କରାଯାଇଛି। ରେକର୍ଡ଼କୁ ତର୍ଜମା କଲେ ୨୦୧୭-୧୮ଆର୍ଥିକ ବର୍ଷରେ ସର୍ବାଧିକ ସାଇବର ବ୍ୟାଙ୍କିଙ୍ଗ୍‍ ଅପରାଧ ବ୍ୟାଙ୍କକୁ କ୍ଷତିଗ୍ରସ୍ତ କରିଛି। ମୋଟ୍‍ ୨୦୫୯ଟି ମାମଲାରେ ବ୍ୟାଙ୍କକୁ ୧୦୯.୬କୋଟି ଟଙ୍କାର କ୍ଷତି ହୋଇଛି। ଏହା ତୁଳନାରେ ବିଗତ ବର୍ଷ ୧୩୭୨ଟି ମାମଲାରେ ବ୍ୟାଙ୍କକୁ ୪୨.୩କୋଟି ଟଙ୍କାର କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥିଲା।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories