www.samajalive.in
Monday, December 8, 2025
27.1 C
Bhubaneswar

ନ୍ୟୁଜିଲାଣ୍ଡ ଗସ୍ତ କଲେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗ ଅଧ୍ୟାପକ, ଛାତ୍ର

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ  ଡ଼ ଜୟନ୍ତ ପଣ୍ଡା ଓ ପିଏଚଡି ଛାତ୍ର ହର୍ଷିତ କଚ୍ଛପ ଆଇଏଏମଏସିଆର(ଇଣ୍ଟରନ୍ୟାସନାଲ ଆସୋସିଏସନ ଫର ମିଡିଆ ଆଣ୍ଡ କମ୍ୟୁନିକେସନ ରିସର୍ଚ୍ଚ) ୨୦୨୪ ଅନ୍ତର୍ଜାତୟ ସମ୍ମିଳନୀରେ ଯୋଗଦେବା ପାଇଁ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି। ଆଇଏଏମଏସିଆର ପକ୍ଷରୁ ନ୍ୟୁଜିଲାଣ୍ଡର ଟିପାଇ କ୍ରୀଷ୍ଟଚର୍ଚ୍ଚଠାରେ ଚଳିତ ମାସ ୩୦ ତାରିଖରୁ ଜୁଲାଇ ୪ ପର୍ଯ୍ୟନ୍ତ ହେବାକୁ ଥିବା ସମ୍ମିଳନୀରେ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ସାମ୍ବାଦିକ ଓ ଗଣଯୋଗାଯୋଗ ବିଷୟରେ ଗବେଷଣାରତ ବିଶିଷ୍ଟ ଅଧ୍ୟାପକ, ବିଶେଷଜ୍ଞମାନେ ଯୋଗଦେବେ।

ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଅଧ୍ୟାପକ, ଛାତ୍ରଛାତ୍ରୀଙ୍କ ଗବେଷଣା ସନ୍ଦର୍ଭ ଗତ ଜନୁୟାରୀରେ ଆଇଏଏମଏସିଆରକୁ ପଠାଯାଇଥିଲା। ଗତ ମାର୍ଚ୍ଚରେ ପ୍ରାଧ୍ୟାପକ ଡ. ଜୟନ୍ତ କୁମାର ପଣ୍ଡାଙ୍କ ସହ ତାଙ୍କ ଅଧୀନରେ ଗବେଷଣାରତ ଛାତ୍ର ହର୍ଷିତ କଚ୍ଛପଙ୍କ ସନ୍ଦର୍ଭ ଉପସ୍ଥାପନା ପାଇଁ ଚୟନ ହୋଇଛି। ଡ. ପଣ୍ଡା କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି କିପରି ଡିପ୍ ଫେକ ଭିଡିଓର ପ୍ରସ୍ତୁତି, ଏହାର କୁପ୍ରଭାବ ଓ ନିରାକରଣ ସମ୍ପର୍କିତ ସନ୍ଦର୍ଭ ପ୍ରସ୍ତୁତ କରିଥିବା ବେଳେ ବିଭାଗର ଗବେଷଣାରତ ଛାତ୍ର ହର୍ଷିତ କଚ୍ଛପ ଟ୍ରାଇପାର୍ଟି କମ୍ୟୁନିକେସନ ମଡେଲ ସମ୍ପର୍କିତ ନୂଆ ବିଷୟବସ୍ତୁକୁ ନେଇ ସନ୍ଦର୍ଭ ପ୍ରସ୍ତୁତ କରିଛନ୍ତି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅନୁମତିକ୍ରମେ ୨ ଜଣ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories