www.samajalive.in
Monday, December 8, 2025
27.1 C
Bhubaneswar

ସରପଞ୍ଚରୁ କ୍ୟାବିନେଟ ମନ୍ତ୍ରୀ-ବିଭୂତି ଭୂଷଣ ଜେନା 

ଗୋପାଳପୁର:  ଗୋପାଳପୁର ନିର୍ବାଚନମଣ୍ଡଳୀ ରୁ ଚଳିତ ନିର୍ବାଚନ ରେ ବିଜୟୀ ହୋଇଥିବା ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ଜେନାଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ପଦ ମିଳିଛି। ଯାହାକୁ ନେଇ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଆନନ୍ଦ ର ଲହରି ଖେଳିଯାଇଛି। ଜଣେ ଅବିବାହିତ ତଥା ସମାଜସେବୀ ଭାବେ ଅଞ୍ଚଳରେ ପରିଚିତ ରହିଥିବା ଶ୍ରୀ ଜେନା ଗୋଳନ୍ଥରାରେ ୨୭ ମେ ୧୯୬୯ ମସିହାରେ ଜନ୍ମଗ୍ରହଣ କରିଥିଲେ। ଗାଁ ବିଦ୍ୟାଳୟରୁ ପ୍ରାଥମିକ ଓ ପରେ ହାଇସ୍କୁଲ ସମାପ୍ତ ପରେ ୧୯୯୩ ରେ ଗଞ୍ଜାମ ବିଜ୍ଞାନ ମହାବିଦ୍ୟାଳୟରୁ+ ୩ ବିଜ୍ଞାନ ଉତ୍ତୀର୍ଣ୍ଣ ହୋଇଥିଲେ।
ପିଲାବେଳୁ ଆର ଏସ ଏସ ସଂଗଠନ ସାମିଲ ରହି ବିଭିନ୍ନ ସମାଜସେବା କାମରେ ନିଜକୁ ନିୟୋଜିତ କରି ଆସିଥିଲେ। ପାଠ ପଢା ସରିବାପରେ ୧୯୯୩ ରେ ପ୍ରଥମେ ଗୋଳନ୍ଥରା ପଞ୍ଚାୟତରେ ସରପଞ୍ଚ ଭାବେ ଲଢି ମାତ୍ର ୪୦ ଟି ଭୋଟରେ ହାରିଥିଲେ। କିନ୍ତୁ ହାରି ଥିଲେ ମଧ୍ୟ ଅଞ୍ଚଳରେ ସମାଜସେବା କାମ ଜାରି ରଖି ଆସିଥିଲେ।୧୯୯୭ ରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ପୁଣିଥରେ ନିର୍ବାଚନ ଲଢିବା ସହ ୬୦୦ ରୁ ଅଧିକ ଭୋଟରେ ନିକଟତମ ପ୍ରତିଦ୍ବନ୍ଦୀକୁ ହରାଇ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ।
ସେବେଠାରୁ ଆଉ ପଛକୁ ନଫେରି ବିଜେପି ସହ ସାମିଲ ହୋଇଥିଲେ।୨୦୦୨ ରେ ୫୩ ନଂ ଜୋନରେ ଜିଲା ପରିଷଦ ସଭ୍ୟ ଭାବେ ବିଜୟୀ ହୋଇଥିଲେ ।୨୦୦୭  ଓ ୨୦୧୦ ରେ ଦୁଇ ଥର ନିମନ୍ତେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଭାବେ ଦାୟିତ୍ୱ ତୁଲାଇବା ସହ ୨୦୧୪ରେ ରାଜ୍ୟ ସମ୍ପାଦକ ଏବଂ ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ଗଞ୍ଜାମ ଜିଲା ବିଜେପି ସଭାପତି ଭାବେ ନିଷ୍ଠାର ସହ ଦାୟିତ୍ଵ ତୁଲାଇବା ସହ ଗଞ୍ଜାମ ଜିଲାରେ ବିଜେପି ସଂଗଠନ କୁ ମଜବୁତ କରିବାରେ ସଫଳ ପ୍ରୟାସ କରିଥିଲେ।
ପ୍ରଥମ ଥର ନିମନ୍ତେ ବିଜେପି ଦଳରୁ ଦଳିୟ ଟିକେଟ ରେ ୨୦୦୯ ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଗୋପାଳପୁରରୁ ବିଜେପି ପକ୍ଷରୁ ବିଧାୟକ‌ ପ୍ରାର୍ଥୀ ଭାବେ ଲଢି ହାରିଥିଲେ। ଏହାପରେ ୨୦୧୪,୨୦୧୯ ରେ ମଧ୍ୟ ପରାଜୟର ମୁହଁ ଦେଖିବାକୁ ପାଇଥିଲେ। କିନ୍ତୁ ୨୦୨୪ ରେ ବିଜୟର ସ୍ବାଦ ଚାଖିବା ସହ ମନ୍ତ୍ରୀ ପଦ ପାଇ ପାରିଛନ୍ତି।ଏହା ମଧ୍ୟରେ ଗୋଳନ୍ଥରା ରେ ବୃଦ୍ଧା ଶ୍ରମ, ଗୋଶାଳା ସହ ଏକ ଚିକିତ୍ସା କେନ୍ଦ୍ର କାମ ଆଗେଇ ନେଇଥିବା ସହ ଗୋଳନ୍ଥରା ଜାତୀୟ ରାଜପଥର କଡ଼ରେ ବନ୍ଦେ ମାତରଂ ନାମରେ ଏକ କୋଠା ନିର୍ମାଣ ସହ ବିଜେପି କାର୍ଯ୍ୟାଳୟ ଭାବେ ଏହାକୁ ବ୍ୟବହାର ସହ ଅନେକ ସମୟରେ ଏଠାକୁ ଗସ୍ତରେ ଆସୁଥିବା ସାଧୁସନ୍ଥ ସହ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ରହିବା ଓ ଖାଇବାର ବ୍ୟବସ୍ଥା ମଧ୍ୟ କରାଇ ସମସ୍ତ ଙ୍କ ପ୍ରିୟ ଭାଜନ ହନି ପାରିଥିଲେ। ଆଗାମୀ ଦିନରେ ଗୋପାଳପୁର ର ବିକାଶ ଆହୁରି ଆଗକୁ ଯିବା ସହ ଲୋକଙ୍କ ସୁଖଦୁଃଖର ସାଥୀ ହୋଇ ଆଗକୁ ବଢିବେ ବୋଲି ମତପୋଷଣ କରିଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories