www.samajalive.in
Monday, December 8, 2025
17.1 C
Bhubaneswar

ଓଡିଶୀ ନୃତ୍ୟ ଓ ସଂଗୀତରେ ବିମୋହିତ ହେଲେ ଦର୍ଶକ

ଭୁବନେଶ୍ୱର : ଓଡିଶାର ଅନନ୍ୟ ପରିଚୟ ତଥା ବିଶ୍ୱରେ ପ୍ରଶଂସିତ ଓଡିଶୀ ନୃତ୍ୟ ଓ ସଂଗୀତର ପ୍ରଚାର ଓ ପ୍ରସାର ପାଇଁ ଦୀର୍ଘ ୩୨ ବର୍ଷ ଧରି ନିରବଛିନ୍ନ ଭାବେ କାର୍ଯ୍ୟ କରି ଆସୁଥିବା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟାଞ୍ଜଳି’ର ୩୨ତମ ଓଡିଶୀ ନୃତ୍ୟ ସଂଗୀତ ମହୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ଆଜି ଠାରୁ ରବୀନ୍ଦ୍ର ମଣ୍ଡପ ଠାରେ ଆରମ୍ଭ ହୋଇଯାଇଛି। ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମର ପ୍ରଥମ ଦିବସ ରେ ଆଜି ପୂର୍ବାହ୍ନ ୧୦ଟା ରେ ଆରମ୍ଭ ହୋଇଥିଲା । ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ଓଡିଶୀ ନୃତ୍ୟଶିଳ୍ପୀ ଏହି କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ।

ପ୍ରଥମ ଅଧିବେଶନରେ ପୂର୍ବାହ୍ନ ଓ ଅପରାହ୍ନ ଦୁଇଟି ପର୍ଯ୍ୟାୟ ରେ ପ୍ରାୟ ୫୦ରୁ ଉର୍ଦ୍ଧ ବିଭିନ୍ନ ବର୍ଗର ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ପୂର୍ବାହ୍ନ ଅଧିବେଶନକୁ ଅନୁଷ୍ଠାନିକ ଭାବେ ଗୁରୁ ଭରତ ଚନ୍ଦ୍ର ଗିରି ଓ ନିମାକାନ୍ତ ରାଉତରାୟ  ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।  ସନ୍ଧ୍ୟାର ସମ୍ବର୍ଦ୍ଧନା ଉତ୍ସବରେ ମହାମାନ୍ୟ ଅତିଥି ରୂପେ ଭାରତୀୟ ସେନାର ପୂର୍ବତନ ଅଡିସନାଲ ଡିଜି ରାଜେନ୍ଦ୍ର ନାଥ ସାମନ୍ତରାୟ,ବିଶିଷ୍ଟ ମର୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ ଗୁରୁମା ଜିତା ରାଣୀ ଦାସ ଯୋଗ ଦେଇ ଥିଲେ। ଏହି ଅବସରରେ ବିଶିଷ୍ଟ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଳ ଓ ଶ୍ରୀ ନିରଞ୍ଜନ ପାତ୍ର ଙ୍କୁ ନୃତ୍ୟାଞ୍ଜଳି ସମ୍ମାନ ଏବଂ ଗୁରୁ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଙ୍କୁ ନୃତ୍ୟlଞ୍ଜଳୀ ଯୁବ ସମ୍ମାନରେ ଅତିଥିମାନେ ସମ୍ମାନିତ କରିଥିଲେ।

- Advertisement -

କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ଓ ସୁନାମଧନ୍ୟ ଗୁରୁ ମାନଙ୍କୁ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସନ୍ଧ୍ୟାର ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଗୁରୁ ପୁଷ୍ପିତା ମିଶ୍ର, ନିବାସ ଘଟୁଆରୀ, ସୋନାଲି ସାବତ, ତନୁଶ୍ରୀ ମହାନ୍ତି ଆଦି ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ସେହିଭଳି ଗୁରୁ ଦେବପ୍ରସାଦ ଦାସ ଫାଉଣ୍ଡେସନ ଓ ନୃତ୍ୟାଞ୍ଜଳୀ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ଦଳଗତ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ। ସୁନାମଧନ୍ୟ ଉଦଘୋଷାକ ଡ଼ଃ ମୃତ୍ୟୁଞ୍ଜୟ ରଥ ମଞ୍ଚ ସଂଯୋଜନା କରିଥିଲେ। ଅନୁଷ୍ଠାନର ସଭାପତି ଗୁରୁ ଶ୍ରୀଯୁକ୍ତ ସୁକାନ୍ତ କୁଣ୍ଡୁ ଓ ସମ୍ପାଦକ ପୁଷ୍ପାରଞ୍ଜନ ମଙ୍ଗରାଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories