www.samajalive.in
Monday, December 8, 2025
17.1 C
Bhubaneswar

ପ୍ରଧାନମନ୍ତ୍ରୀ କିଏ ହେବ ଏବେଠାରୁ କହି ହେବ ନାହିଁ: ରାମଦେବ

ମଦୁରାଇ: ଏବେ ଦେଶର ରାଜନୈତିକ ପରିସ୍ଥିତି ଜଟିଳ। ତେଣୁ ୨୦୧୯ ସାଧାରଣ ନିର୍ବାଚନ ପରେ କିଏ ପ୍ରଧାନମନ୍ତ୍ରୀ ହେବେ ତାହା ଏବେଠାରୁ ଅନୁମାନ କରିବା କଷ୍ଟକର ବୋଲି କହିଛନ୍ତି ବାବା ରାମଦେବ।
ଏଠାରେ ଅନୁଗାମୀଙ୍କ ଦ୍ୱାରା ଆୟୋଜିତ ଏକ ସମାରୋହରେ ଯୋଗ ଦେବାକୁ ଆସିଥିବା ବାବା ରାମଦେବ କହିଛନ୍ତି ଯେ ଏବେ ରାଜନୈତିକ ସ୍ଥିତି ବହୁ ଜଟିଳ। ୨୦୧୯ ପରେ ଦେଶର କିଏ ନେତୃତ୍ୱ ନେବେ ଓ କିଏ ପ୍ରଧାନମନ୍ତ୍ରୀ ହେବେ ତାହା ଅନୁମାନ କରିବା କାଠିକର ପାଠ। ଅବଶ୍ୟ ଆଗାମୀ ନିର୍ବାଚନ ସଂଘର୍ଷପୂର୍ଣ୍ଣ ଓ କୌତୁହଳପ୍ରଦ ହେବ।
ରାଜନୀତିରେ ତାଙ୍କର ସମ୍ପୃକ୍ତି ପ୍ରସଙ୍ଗରେ ବାବା ରାମଦେବ କହିଛନ୍ତି ଯେ ସେ କୌଣସି ଦଳକୁ ସମର୍ଥନ କିମ୍ବା ବିରୋଧ କରୁନାହାନ୍ତି। ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ଭାବେ ନୁହେଁ ବରଂ ଏକ ଆଧ୍ୟାତ୍ମିକ ଦେଶ ଭାବେ ଗଢ଼ି ତୋଳିବା ତାଙ୍କର ଲକ୍ଷ୍ୟ। କେବଳ ଆଧ୍ୟାତ୍ମିକ ଭାରତ ନୁହେଁ ଯୋଗ, ବେଦର ଅନୁସରଣ ଓ ଆଧ୍ୟାତ୍ମିକ ପ୍ରକ୍ରିୟାରେ ଆଧ୍ୟାତ୍ମିକ ବିଶ୍ୱ ଗଠନ ତାଙ୍କର ଲକ୍ଷ୍ୟ। ଯୋଗକୁ ଧାର୍ମିକ ଭାବନାରୁ ଊଦ୍ଧ୍ୱର୍ରେ ରଖି ବୈଜ୍ଞାନିକ ଭିତ୍ତିକ ଜୀବନଶୈଳୀ ପାଇଁ ଅନୁକରଣ କରିବା ଉଚିତ। ଏଥିପାଇଁ ପ୍ରତି ଜିଲାରେ ବିନା ମୂଲ୍ୟରେ ଯୋଗ ଶିବିର ଖୋଲିବା ପାଇଁ ଉଦ୍ୟମ କରାଯାଉଛି ବୋଲି ବାବା ରାମଦେବ ଏହି ଅବସରରେ ସୂଚନା ଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories