www.samajalive.in
Monday, December 8, 2025
27.1 C
Bhubaneswar

ଠିକାଦାର ମନମାନି, ବିଭାଗୀୟ ଅଧିକାରୀ ନୀରବ: ବର୍ଷାରେ ଚାଲିଛି ପିଚୁ କାମ

ଲଡୁଗାଁ: ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ବର୍ଷା ସମୟରେ ଚାଲିଛି ରାସ୍ତା ପିଚୁ କାମ । ଠିକାଦାର ମନଇଛା କାମ କରି ରାଜସ୍ୱ ଲୁଟୁଥିବାବେଳେ ପ୍ରଶାସନର ନୀରବତା ନେଇ ପ୍ରଶ୍ନ ଉଠିଛି । ଏହା ସେହି ପୂର୍ତ୍ତ ବିଭାଗର ରାସ୍ତା ଯାହାକି ଦୁଇଦିନ ତଳେ ଆମେ ଜନସାଧାରଣଙ୍କ ଅଭିଯୋଗକୁ ଭିତ୍ତି କରି ‘ଲଡୁଗାଁ ବାନେର ରାସ୍ତାରେ ଦୁର୍ନୀତିର ଗନ୍ଧ’ ଶୀର୍ଷକରେ ଖବର ପ୍ରକାଶ କରିଥିଲୁ। ଏବେ ସେହି ରାସ୍ତା ଦିନ ଦ୍ୱିପ୍ରହର ବର୍ଷା ସମୟରେ ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି । ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଠିକାଦାର କାହିଁକି ତରବରିଆ ଭାବେ ନିର୍ମାଣ କାର୍ଯ୍ୟ କରୁଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେଉଁଭଳି ଦିନ ଦ୍ବିପ୍ରହରରେ ଆଖିରେ ଆଙ୍ଗୁଳି କେଞ୍ଚି ଲୋକଙ୍କୁ ଚୂନ ମାରୁଛନ୍ତି ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି । ଅତି ତରବରିଆ ଭାବେ ଚାଲିଛି ରାସ୍ତା କାମ । ଜନତାଙ୍କ ପାଇଁ ରାଜକୋଷରୁ ଖର୍ଚ୍ଚ କରାଯାଉଥିବା ଅର୍ଥ କିଭଳି ଦିନ ଦ୍ୱିପ୍ରହରରେ ସର୍ବ ସମ୍ମୁଖରେ ହରିଲୁଟ ହୋଇପାରେ ଏହା ହେଉଛି ତାର ଏକ ନଗ୍ନ ନମୁନା । ନିନ୍ନମାନର ରାସ୍ତାକୁ ନେଇ ଅଭିଯୋଗ କରୁଛନ୍ତି ଗ୍ରାମବାସୀ । ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ସର୍ବସାଧାରଣଙ୍କ ଅର୍ଥ ଆତ୍ମସାତ ହେଉଥିବା ଅଭିଯୋଗ ହେଉଛି । ତେବେ ଘଟଣାକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା । ତେବେ ପ୍ରଶ୍ନ ଆସୁଛି ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ନଜର ନାହିଁ ନା ସବୁ ଜାଣିଶୁଣି ଚୁପ ରହିଛନ୍ତି ? ଯଦି ଭବିଷ୍ୟତରେ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକଙ୍କର କିଛି ଅଘଟଣ ଘଟେ ତେବେ ସେଥି ପାଇଁ କିଏ ଦାୟୀ ରହିବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories