ବାଉଁଶୁଣୀ: ବାଉଁଶୁଣୀ ଥାନା ଡମ୍ବରୁଗଡ ନିକଟରେ ଟ୍ରାକ୍ଟର ଚାପାରେ ଗୁରୁତର ନାବାଳକର ଚିକିତ୍ସାଧିନ ଅବସ୍ଥାରେ ବାଉଁଶୁଣୀ ଡାକ୍ତରଖାନାରେ ମୃତ୍ୟୁ ହୋଇ ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ମଧ୍ୟକ୍ଷନ୍ହ ସମୟରେ ଡମ୍ବରୁଗଡ ଗ୍ରାମର ଜଣେ ୧୬ ବର୍ଷୀୟ ବାଳକ କବୀର ସେଠୀ ସାଙ୍ଗ ମାନଙ୍କ ସହିତ ମହାନଦୀକୁ ସାଇକେଲ ଯୋଗେ ଗାଧୋଇବା ପାଇଁ ଯାଉଥିବା ବେଳେ ମହାନଦୀକୁ ବାଲି ଆଣିବାକୁ ଯାଉଥିବା ଏକ ଟ୍ରାକ୍ଟରରେ ଅଧା ବାଟରୁ ବସିଥିଲେ । ଟ୍ରାକ୍ଟରରେ ଯାଉଥିବା ବେଳେ ସେ ଖସିପଡିଥିଲେ ଓ ତାଙ୍କ ଉପରେ ଟ୍ରାକ୍ଟର ଚକ ଚଢିଯିବା ଫଳରେ ଗୁରୁତର ଆହତ ହୋଇଥିଲେ।
ଖବର ପାଇ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ୍ ଯୋଗେ ଆଣି ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଓ ତାଙ୍କର ଚିକିତ୍ସକ୍ଷଧୀନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି । ବାଉଁଶୁଣୀ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଡାକ୍ତରଖାନା ପଠାଇ ତଦନ୍ତ ଆରମ୍ଭ କରିଛି ।



