www.samajalive.in
Monday, December 8, 2025
13.1 C
Bhubaneswar

ଭବାନୀପାଟଣା ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଭବାନୀପାଟଣା : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଭବାନୀପାଟଣା ସଭାରେ ପହଞ୍ଚିଛନ୍ତି। ଦିନ ପ୍ରାୟ ୧.୩୦ରେ ପ୍ରତିରକ୍ଷା ମନ୍ତ୍ରୀ ସ୍ଥାନୀୟ ପୁଲିସ ପଡିଆରେ ଓହ୍ଲାଇ ଥିଲେ। ପରେ ସ୍ଥାନୀୟ ଲାଲ ବାହାଦୁର ଷ୍ଟାଡିୟମରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂକ୍ରାନ୍ତରେ ସୂଚନା ଦେଇଥିଲେ। ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନର ସରକାର କରିବାକୁ ସେ ଉପସ୍ଥିତ ଲୋକଙ୍କୁ ଆହ୍ଵାନ ଦେଇଥିଲେ।
ଏକଦା କଳାହାଣ୍ଡି ଦାରିଦ୍ର୍ୟ ଯୋଗୁଁ କୁଖ୍ୟାତ ଥିବା ବେଳେ ଗତ ୧୦ ବର୍ଷରେ ମୋଦୀଜିଙ୍କ ସରକାର କଳାହାଣ୍ଡିରୁ ଗରିବୀ ହଟାଇଛି ବୋଲି ସେ କହିଥିଲେ। କଳାହାଣ୍ଡିକୁ ବିଜେପି ପ୍ରାର୍ଥୀ ହିଁ ସାଂସଦ ଏବଂ ବିଧାନ ସଭାରେ ଉପଯୁକ୍ତ ପ୍ରତିନିଧିତ୍ଵ କରିପାରିବେ ବୋଲି ଶ୍ରୀ ସିଂ କହିଥିଲେ। ନିର୍ବାଚନ ଇସ୍ତାହାର କମିଟି ଅଧ୍ୟକ୍ଷ ହିସାବରେ ମୁଁ ମୋଦୀଙ୍କ ଗ୍ୟାରେଣ୍ଟି ଦେଉଛି ବୋଲି କହିଥିଲେ। ଆଗାମୀ ୫ ବର୍ଷରେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ସମ୍ପୂର୍ଣ ଭାବେ ଲାଗୁହେବ ବୋଲି ସେ କହିଥିଲେ। ଓଡ଼ିଶାରେ ଭାଜପା ସରକାର ଗଠନ ହେଲେ ଆୟୁଷ୍ମାନ ଭାରତ କାର୍ଡ ସମସ୍ତଙ୍କୁ ଉପଲବ୍ଧ ହେବ ବୋଲି ସେ କହିଥିଲେ। ସଭାରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ସମେତ ଜିଲ୍ଲାର ଲୋକସଭା ଏବଂ ସମସ୍ତ ବିଧାନସଭା ପ୍ରାର୍ଥୀ ଉଦବୋଧନ ଦେଇଥିଲେ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories