www.samajalive.in
Monday, December 8, 2025
27.1 C
Bhubaneswar

ଅହମ୍ମଦାବାଦର ଏକାଧିକ ସ୍କୁଲକୁ ବୋମା ଧମକ, ମେଲ୍‌ ପଛରେ ଋଷ ଲିଙ୍କ୍‌ !

ଅହମ୍ମଦାବାଦ: ଦିଲ୍ଲୀର ଏକାଧିକ ସ୍କୁଲକୁ ବୋମା ଧମକ ମିଳିବା ପରେ ଗୁଜରାଟର ଅହମ୍ମଦାବାଦର ବହୁ ସ୍କୁଲକୁ ଅନୁରୂପ ଧମକପୂର୍ଣ୍ଣ ମେଲ୍‌ ମିଳିଛି। ଏହା ପରେ ସ୍ଥାନୀୟ ପୁଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଧମକପୂର୍ଣ୍ଣ ମେଲ୍‌ ସହିତ ଋଷ ଲିଙ୍କ୍‌ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆରବିକ୍‌ ଭାଷାରେ ମେଲ୍‌ ଲେଖାଯାଇଛି। ଏପରି ଧମକ ମିଳିବା ପରେ ଛାତ୍ରୀଛାତ୍ର, କର୍ମଚାରୀ, ସ୍କୁଲ କର୍ତ୍ତୃପକ୍ଷ ଏବଂ ଅଭିଭାବକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ବୋମା ଅନୁସନ୍ଧାନକାରୀ ଏବଂ ନିଷ୍କ୍ରିୟକାରୀ ଦଳ ଧମକ ମିଳିଥିବା ସ୍କୁଲଗୁଡ଼ିକରେ ପହଞ୍ଚି ଯାଞ୍ଚ କରିଥିବା ସୂଚନା ମିଳିଛି।

ଅହମ୍ମଦାବାଦସ୍ଥିତ ଗୁରୁକୁଳର ଏସିଆ ସ୍କୁଲ, ଥାଲତେଜରେ ଥିବା ଆନନ୍ଦ ନିକେତନ, ମେମନଗରରେ ଥିବା ଏଚବିକେ ସ୍କୁଲ, ଡିପିଏସ ଭୋପାଳ, କସ୍‌ମସ୍‌ କ୍ୟାସଲ ଇଣ୍ଟରନ୍ୟାଶନାଲ ସ୍କୁଲ ଏବଂ ୨ଟି କେନ୍ଦ୍ରୀୟ ବିଦ୍ୟାଳୟକୁ ସୋମବାର ଏହି ଧମକପୂର୍ଣ୍ଣ ମେଲ୍‌ ଆସିଛି। ଅହମ୍ମଦାବାଦ ପୁଲିସ କମିଶନର ଜି.ଏସ. ମଲିକ ଗଣମାଧ୍ୟମକୁ କହିଛନ୍ତି ଯେ, ଋଷ ସର୍ଭରରୁ ମେଲ୍‌ ପଠାଯାଇଛି। ସ୍କୁଲଗୁଡ଼ିକରେ ବୋମା ବିସ୍ଫୋରଣ କରିବା ନେଇ ଆରବିକ୍‌ ଭାଷାରେ ଧମକ ଦିଆଯାଇଛି। ଇ-ମେଲ୍‌ର ସତ୍ୟତା ନେଇ ତଦନ୍ତ କରାଯାଉଥିବା ସେ କହିଛନ୍ତି। ମେଲ୍‌ ପ୍ରେରକଙ୍କ ସ୍ଥାନରେ ‘ତୌହୀଦ ୱାରିୟର’ ଲେଖାଯାଇଥିବାବେଳେ ‘ଇସ୍ତିଶାଦି’ ପକ୍ଷରୁ ଆକ୍ରମଣ କରାଯିବା ନେଇ ଚେତାବନୀ ଦିଆଯାଇଛି। ଗୁଜରାଟରେ ଶାରିଆ ଆଇନ ପ୍ରଚଳନ କରାଯିବ ଏବଂ ଯେଉଁଠି ଏହାକୁ ବିରୋଧ କରାଯିବ ସେଠାରେ ହିଂସା ସୃଷ୍ଟି କରାଯିବ ବୋଲି ମେଲ୍‌ରେ ସତର୍କ କରାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories