www.samajalive.in
Monday, December 8, 2025
17.1 C
Bhubaneswar

ପୋଷ୍ଟାଲ ବାଲଟ ମତଦାନ ପାଇଁ ଜିଲା ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ପ୍ରଶିକ୍ଷଣ

ଢେଙ୍କାନାଳ ସଦର: ନିର୍ବାଚନ ସମୟରେ ମତଦାନରେ ସବୁଠୁ ମହତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ଵାହ କରେ ପୋଷ୍ଟାଲ ବାଲଟ। ଏଣୁ ୨୦୨୪ ସାଧାରଣ ନିର୍ବାଚନର ଏହି ଗୁରୁତ୍ବପୂର୍ଣ୍ଣ ଅଂଶକୁ ଢେଙ୍କାନାଳ ଜିଲାରେ ମୁଖ୍ୟ ପ୍ରାଧାନ୍ୟ ସହିତ ସମ୍ପାଦନା କରିବା ପାଇଁ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଏହି ପ୍ରଶିକ୍ଷଣ ଶିବିରରେ କହିଥିଲେ ଯେ, ଏହି ପୋଷ୍ଟାଲ ବାଲଟ ଭୋଟିଂ ବ୍ୟବସ୍ଥା ପ୍ରତ୍ୟେକଟି ମତଦାତାଙ୍କୁ ଦାୟିତ୍ୱର ସହିତ ଏବଂ ସମସ୍ତ ଅଧିକାରୀ ମାନଙ୍କୁ କର୍ତବ୍ୟନିଷ୍ଠତା ସହିତ ଅନୁଧ୍ୟାନ କରିବାକୁ ହେବ।

ପ୍ରକାଶ ଥାଉକି, ଏହି ପୋଷ୍ଟାଲ ବାଲଟ ଭୋଟିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ (ସର୍ବନିମ୍ନ ୪୦%) ଶାରୀରିକ ଅକ୍ଷମ ବ୍ୟକ୍ତି, ପୋଲିସ ସେବା, ଜରୁରୀକାଳୀନ ସେବା, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରାଧୀକୃତ ଗଣମାଧ୍ୟମ ପ୍ରତିନିଧି ଯେଉଁମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି, ସେମାନଙ୍କୁ ମଧ୍ୟ ଏହି ପୋଷ୍ଟାଲ ବାଲଟ ମାଧ୍ୟମରେ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି।

- Advertisement -

ଉପରୋକ୍ତ ଶ୍ରେଣୀଭୁକ୍ତ ମତଦାତା ମାନେ ଫର୍ମ -୧୨ ଦ୍ୱାରା ଏହି ବ୍ୟବସ୍ଥାର କାର୍ଯ୍ୟକାରୀ କରାଇ ପାରିବେ। ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲାପାଳ (ରାଜସ୍ବ ) ଅନିତା ପାତ୍ର, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ସମସ୍ତ ଆରଓ ଏବଂ ଏଆର, ଉପଖଣ୍ଡ, ବ୍ଲକ ସ୍ତରୀୟ ଅଧିକାରୀ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories