www.samajalive.in
Monday, December 8, 2025
27.1 C
Bhubaneswar

କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା ପରେ ଉତ୍ସବ ମନାଇଲା ଦଳ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଆଜି ବିଜେଡି ତରଫରୁ ବାଣ ଫୁଟାଇ ଖୁସିର ଉତ୍ସବ ପାଳନ ହୋଇଛି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ପ୍ରାର୍ଥୀ ଭାବେ ଘୋଷଣା ପରେ ବିଜେଡି ଉତ୍ସବ ପାଳନ କରିଛି ।

ଆଜି ପ୍ରାୟ ଦିନ ୧୧ଟା ସମୟରେ ପାଟଣାଗଡ଼ ବିଧାୟକ ତଥା ଉପମୁଖ୍ୟ ସଚେତକ ସରୋଜ ମେହେର ଇନ୍ଦିରା ଛକଠାରେ ପହଞ୍ଚିବା ପରେ ପୂର୍ବତନ ବିଧାୟକ ହାଜି ମହମଦ ଆୟୁବ ଖାଁ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁ, ରାଜ୍ୟ ସମ୍ପାଦକ ଅଜିତ ଯୋଶୀ, ଜିଲ୍ଲା ସ୍ୱତନ୍ତ୍ର ପରିଷଦ ଉପାଧ୍ୟକ୍ଷା ନିରୁପମା ମାଝୀ, ଯୁବ ନେତା ଗିରିରାଜ ସିଂ ମାଝୀଙ୍କ ସହ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ବିଜେଡି କର୍ମୀ ଓ ସ୍ଥାନୀୟ ନେତା ଉତ୍ସବ ମନେଇଥିଲେ ।

ଏଥର ବି ୨ଟି ଆସନରେ ଲଢିବେ ନବୀନ: ହିଞ୍ଜିଳି ଓ କଣ୍ଟାବାଞ୍ଜିରୁ ହେଲେ ପ୍ରାର୍ଥୀ

- Advertisement -

ପୂର୍ବରୁ ବିଜେପି ଏବଂ କଂଗ୍ରେସ ତାଙ୍କର ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ, ବିଜେଡି ଦଳର ଏକାଧିକ ଆଶାୟୀ ଥିବା ବେଳେ ଦ୍ୱନ୍ଦ୍ୱ ଲାଗିରହିଥିଲା । ମୁଖ୍ୟତଃ ବିଜେଡି ଦଳର ପୂର୍ବତନ ବିଧାୟକ ଆୟୁବ ଖାଁ, ବରିଷ୍ଠ ନେତା ଅଜୟ ଦାସ, ମହିଳା ପ୍ରାର୍ଥୀ ଭାବେ ନିରୁପମା ମାଝୀଙ୍କ ମଧ୍ୟରୁ କାହାକୁ ଦଳ ପ୍ରାର୍ଥୀ କରିବ ଓ କଂଗ୍ରେସର ଟାଣୁଆ ନେତା ବିଧାୟକ ସନ୍ତୋଷ ସିଂ ସାଲୁଜା ବିଜେଡିର ପ୍ରାର୍ଥୀ ହେବା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଥିଲା। ତେବେ ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥୀଭାବେ ଘୋଷଣା ହେବାପରେ ଦଳରେ ଖୁସିର ବାତାବରଣ ଦେଖିବାକୁ ମିଳିଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories