www.samajalive.in
Monday, December 8, 2025
17.1 C
Bhubaneswar

ଅଯୋଧ୍ୟା ବିବାଦୀୟ ସ୍ଥାନରେ ନମାଜ ପଢିବା ଆବେଦନ ଖାରଜ: ଆବେଦନକାରୀଙ୍କୁ ୫ଲକ୍ଷ ଅର୍ଥଦଣ୍ଡ

ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦୀୟ ସ୍ଥଳରେ ନମାଜ ପଢିବା ଆବେଦନକୁ ଏହ୍ଲାବାଦ ଉଚ୍ଚ ନ୍ୟାୟାଳୟର ଲକ୍ଷ୍ନୌ ଖଣ୍ଡପିଠ ଖାରଜ କରିଛି। କେବଳ ସେତିକି ନୁହେଁ ଆବେଦନ କରିଥିବା ସଂଗଠନ ଅଲ ରହମାନ ଉପରେ କୋର୍ଟ ୫ଲକ୍ଷ ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।
କିଛି ଦିନ ପୂର୍ବେ ଅଲ ରହମାନ ନାମକ ସଂଗଠନ ଅଯୋଧ୍ୟାର ବିବାଦୀୟ ସ୍ଥଳ (ଯାହା ମୁସଲିମ ସମୁଦାୟଙ୍କୁ କୋର୍ଟ ଆବଣ୍ଟିତ କରିବାକୁ ନିର୍ଦେଶ ଦେଇଛି)ରେ ନମାଜ ପଢିବାକୁ ଅନୁମତି ପ୍ରଦାନ କରିବାକୁ ଆବେଦନ କରିଥିଲେ। ବିବାଦୀୟ ସ୍ଥଳରେ ନିର୍ମିତ ରାମ ମନ୍ଦିରରେ ହିନ୍ଦୁମାନଙ୍କୁ ପୂଜା କରିବାକୁ ଅନୁମତି ଥିବା ବେଳେ ମୁସଲିମମାନେ ନମାଜ ପଢିବେ ନାହିଁ କାହିଁକି ବୋଲି ସଂଗଠନ ଆବେଦନରେ ଯୁକ୍ତି ଦର୍ଶାଇ ଥିଲା।
ଅଲ ରହମାନ ନାମକ ସଂଗଠନ ୟୁପିର ରାୟବରେଲି ଅଞ୍ଚଳର ସଂଗଠନ ହୋଇଥିବା ବେଳେ ସଂଗଠନ ଇସଲାମ ଧର୍ମ ପ୍ରଚାର କାର୍ଯ୍ୟ କରିଥାଏ। ତେବେ କୋର୍ଟ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରିବା ଅଭିଯୋଗରେ କୋର୍ଟ ପକ୍ଷରୁ ଉକ୍ତ ସଂଗଠନ ଉପରେ ୫ଲକ୍ଷ ଅର୍ଥ ଦଣ୍ଡିତ କରିଛି ଖଣ୍ଡପିଠ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories