www.samajalive.in
Monday, December 8, 2025
20.1 C
Bhubaneswar

ଉତ୍କଳର କଳା, ସଂସ୍କୃତି ଓଐତିହ୍ୟ ବିଶ୍ୱରେ ଅନନ୍ୟ

ଭୁବନେଶ୍ୱର: ସାଂସ୍କୃତିକ ଓ ବୌଦ୍ଧିକ ଅନୁଷ୍ଠାନ ନମାମୀ ମନ୍ଦାକିନୀ, ଓଡ଼ିଶା ନାଗରିକ ମହାମଞ୍ଚ, ସଂସ୍କୃତି ବିଭାଗ ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଓଡ଼ିଆ ନବବର୍ଷ, ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଉତ୍କଳର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ ଓ କ୍ରୀଡ଼ାକୁ ଆଧାର କରି ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବାବା ହରିଶଙ୍କର ସ୍ୱାମୀଙ୍କ ଦ୍ୱାରା ଯୋଗ ପ୍ରଶିକ୍ଷଣ ଆରମ୍ଭ କରାଯିବା ସହିିତ ଶାଶ୍ୱତୀ ବଳଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ କରାଯିବା ପରେ ଶତାୟୁ ପୁରୁଷ ସ୍ୱର୍ଗତ ହଟନାଥ ମଙ୍ଗରାଜଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

ଡଃ ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନା, ନମାମୀ ମନ୍ଦାକିନୀର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ୱ ଓ ସ୍ୱାଗତ ଅଭିଭାଷଣରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଛତିଶଗଡ଼ର ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ ଉତ୍କଳ କଳା, ସଂସ୍କୃତି, ଐତିହ୍ୟ, ସାମରିକ କ୍ରୀଡ଼ା ଓ ପାଇକମାନଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଉତ୍କଳର ଲୁକ୍କାୟିତ ପରମ୍ପରା ପାଲା, ଦାସକାଠିଆ, ସାମରିକ କ୍ରୀଡ଼ା, ପାଇକ ନାଟକ ପ୍ରମୁଖ ପରିବେଷଣ କରାଯିବା ସହିତ ଓଡ଼ିଆ ନବବର୍ଷର ମହାତ୍ମ୍ୟ ଓ ମହାନ୍ ଓଡ଼ିଆଙ୍କ ବୀରଗାଥା ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।

- Advertisement -

ନମାମୀ ମନ୍ଦାକିନୀ ସାରସ୍ୱତ ସାଧକ ସଂଗ୍ରାମ ମହାପାତ୍ର, ସୁବୋଧ ଆଚାର୍ଯ୍ୟ, ବେଦ ଗବେଷିକା ମମତା ମହାନ୍ତି, ଡ. ପ୍ରଦୀପ କୁମାର ବିଶ୍ୱାଳ, ଶିବମ୍ ଶିକ୍ଷାନୁଷ୍ଠାନ, ବ୍ରଜବନ୍ଧୁ ପରିଡ଼ା, ସତ୍ୟବାଦୀ ବଳିୟାରସିଂ, ଯୁବପ୍ରତିଭା ହରେକୃଷ୍ଣ ଧଳ, ଦାସକାଠିଆ ଗାୟକ ଦେବେନ୍ଦ୍ରନାଥ ଦାସ ଓ ବୃନ୍ଦାବନ ଗୌଡ଼, ସମାଜସେବୀ ପ୍ରଦୀପ କୁମାର ଦେହୁରୀ ପ୍ରମୁଖଙ୍କୁ ମାନପତ୍ର, ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଏହି ଅବସରରେ ‘ସଂଗ୍ରାମ ଗଳ୍ପ ସମଗ୍ର’ ଓ ‘ଶବ୍ଦ ସୁରଭି’ ବିଶେଷାଙ୍କ, ‘ସର୍ଦ୍ଦାର ପଟେଲ’ ପୁସ୍ତକକୁ ଲୋକାର୍ପିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସମାଜସେବୀ ନାରାୟଣ ଖୁଣ୍ଟିଆ, ସଂଯୋଜକ ବାପୁ ଓଝା, ସଂଗ୍ରାମ ବଳିୟାର ସିଂ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଉପସ୍ଥିତ ଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଡ. ପ୍ରଦୀପ ବିଶ୍ୱାଳ। ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories