www.samajalive.in
Monday, December 8, 2025
27.1 C
Bhubaneswar

ବିଜେପି ନେତା ଦେଲେ ଗୁରୁମନ୍ତ୍ର

ଭବାନୀପାଟଣା: ବିଜେପିର ରାଜ୍ୟ ପ୍ରଭାରୀ ବିଜୟ ସିଂହ ତୋମର ରବିବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। କଳାହାଣ୍ଡି ଲୋକସଭା କ୍ଷେତ୍ର ଅନ୍ତର୍ଗତ କଳାହାଣ୍ଡି ଓ ନୂଆପଡ଼ା ଜିଲାର ୭ଟି ବିଧାନସଭା କ୍ଷେତ୍ରର ନେତୃବର୍ଗ, ଲୋକସଭା, ବିଧାନସଭା ପ୍ରାର୍ଥୀ ଏଥିରେ ଯୋଗଦେଇଥିଲେ। ନିର୍ବାଚନରେ କିଭଳି ସଫଳତା ପାଇହେବ, ପ୍ରତିପକ୍ଷକୁ କିଭଳି ମାତ୍ ଦେଇହେବ, ଏଥିସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ନିଜ ନାମରେ ଶ୍ରେୟ ନେଉଥିବା ବିଷୟ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଶ୍ରୀ ତୋମର ଗୁରୁମନ୍ତ୍ର ଦେଇଛନ୍ତି। ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଳର ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ରଂଜନ ମହାନ୍ତି, ଜିଲା ସଭାପତି ଆର୍ତ୍ତତ୍ରଣ ମହାପାତ୍ର, ପୂର୍ବ ସଭାପତି ଦେବେନ୍ଦ୍ର ମହାନ୍ତି, ଭବେନ୍ଦ୍ର ପଣ୍ଡା, ଜିଲା ପ୍ରଭାରୀ ରମେଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଆଜିର କଳାହାଣ୍ଡି କାର୍ଯ୍ୟକ୍ରମ ପରେ ଶ୍ରୀ ତୋମର ରାୟପୁର ଅଭିମୁଖେ ଯାତ୍ରା କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories