www.samajalive.in
Thursday, December 11, 2025
26.1 C
Bhubaneswar

ବିଶ୍ବବଜାରରେ ରାଜ କରିବ ମାଣିଆବନ୍ଧ ଶାଢ଼ି: ୫ କମ୍ପାନୀ ସହ ଚୁକ୍ତି

n କଟକ, ୧୬ା୧୨ (ନି.ପ୍ର): ମାଣିଆବନ୍ଧର ପ୍ରସିଦ୍ଧ ସିଲ୍‍କ ଓ ସୂତା ଶାଢିର ବେଶ ଚାହିଦା ରହିଛି। ମାଣିଆବନ୍ଧ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ବ ପ୍ରକାରର ଶାଢି ଏଣିକି ବିଶ୍ୱର ୧୯୫ଟି ରାଷ୍ଟ୍ରରେ ଉପଲବ୍ଧ ହେବ। ବିଶ୍ୱର ଏକ ନମ୍ବର ଅନଲାଇନ ମାର୍କେଟିଂ ସଂସ୍ଥା ଆମାଜନ, ଫ୍ଲିପକାର୍ଟ, ମିନ୍ତ୍ରା ସମେତ ୫ଟି କମ୍ପାନୀ ମାଣିଆବନ୍ଧ ଶାଢୀ ଗ୍ରାହକଙ୍କୁ ଯୋଗାଇ ଦେବେ। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ସହିତ ଏହିସବୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ୫ବର୍ଷିଆ ଚୁକ୍ତି ହେବ ବୋଲି ବିଶେଷସୂତ୍ରରୁ ଜଣାପଡିଛି। ବୁଝାମଣାପତ୍ର ସ୍ୱାକ୍ଷର ହେବା ପରେ ଏହିସବୁ ଅନଲାଇନ ସଂସ୍ଥା ଗ୍ରାହକ ସିଧାସଳଖ ମାଣିଆବନ୍ଧର ପ୍ରସିଦ୍ଧ ଶାଢି ଘର ନିକଟକରେ ପହଞ୍ଚାଇବେ। ମାଣିଆବନ୍ଧ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସିଲ୍‍କ ଓ କଟନ ଶାଢି ସହିତ
ସୁଟ୍‍ ପିସ, କୁର୍ତ୍ତିର ଦେଶରେ ବିଶେଷ ଚାହିଦା ରହିଛି। ବ୍ୟବସାୟ ପାଇଁ ଉପଯୁକ୍ତ ବଜାର ମିଳୁନଥିବାରୁ କାରିଗରଙ୍କ ଉତ୍ପାଦିତ ସାମଗ୍ରୀ ସଠିକଭାବେ ବିକ୍ରି ହୋଇପାରୁନାହିଁ;ଯାହାଫଳରେ ଅନେକ କାରିଗର ପେଶା ଛାଡିବାକୁ ବାଧ୍ୟ ହେଉଛନ୍ତି। ଏପରି ଏକ ଘଢିସନ୍ଧି ସମୟରେ କାରିଗରଙ୍କୁ ପ୍ରୋତ୍ସାହିତ କରିବାକୁ ଓରମାସ ସହାୟତାର ହାତ ବଢାଇଛି। ସ୍ଥାନୀୟ ମହିଳାଙ୍କୁ ତାଲିମ ଦେବା ସହିତ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଶାଢୀ, କୁର୍ତ୍ତି ଓ ସୁଟ୍‍ ପିସ ପ୍ରଭୃତି ବିକ୍ରି କରିବା ପାଇଁ ପଦକ୍ଷେପ ନେଇଛି। ମାଣିଆବନ୍ଧ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଶାଢୀ, କୁର୍ତ୍ତି ଓ ସୁଟପିସ୍‍ଗୁଡିକୁ ଓରମାସ୍‍ ସହାୟତାରେ ଗଢି ଉଠିଥିବା ମା’ କଳାପାଟ ଉତ୍ପାଦିକା ଗୋଷ୍ଠୀ ସଂଗ୍ରହ କରିବ। ରୁରାଲ ଷ୍ଟେପ ମାଧ୍ୟମରେ ଏହିସବୁ ଶାଢି ଓ ଅନ୍ୟାନ୍ୟ ଉତ୍ପାଦିତ ସାମଗ୍ରୀ ବିକ୍ରି କରାଯିବ। ବିଶ୍ୱରେ ମାଣିଆବନ୍ଧର ଶାଢି ଓ କୁର୍ତ୍ତିର ବିଶେଷ ଚାହିଦା ରହିଛି। ଏହାକୁ ଦୃଷ୍ଟିରେ ରଖି ଫ୍ଲିପକାର୍ଟ, ଆମାଜନ, ମିନ୍ତ୍ରା ସମେତ ବିଶ୍ୱର ୫ଟି ଅଗ୍ରଣୀ ମାର୍କେଟିଂ ସଂସ୍ଥା ବିଶ୍ୱରେ ମାଣିଆବନ୍ଧ ଶାଢି ଗ୍ରାହକଙ୍କ ନିକଟରେ ଉପଲବ୍ଧ କରିବାକୁ ଆଗେଇ ଆସିଛନ୍ତି। ଏଥିନେଇ ଆମାଜନ ଓ ଫ୍ଲିପକାର୍ଟର ସଂସ୍ଥାର ଏକ ୫ଜଣିଆ ପ୍ରତିନିଧି ମାଣିଆବନ୍ଧ ଗସ୍ତ କରି ୨୦୦ରୁ ଊର୍ଦ୍ଧ୍ବ ପ୍ରକାରର ଶାଢି ସମେତ କୁର୍ତ୍ତିର ଫଟୋ ସଂଗ୍ରହ କରିନେଇଥିବା ଜଣାପଡିଛି। ଏହିସବୁ ଫଟୋଗୁଡିକୁ ମାର୍କେଟିଂ ସଂସ୍ଥା ପକ୍ଷରୁ ନିଜ ସାଇଟରେ ଉପଲବ୍ଧ କରାଯିବ। ଆଗ୍ରହୀ ଗ୍ରାହକ ଅନଲାଇନରେ ସମ୍ପୃକ୍ତ ସଂସ୍ଥା ଦ୍ୱାରା ମାଣିଆବନ୍ଧ ଶାଢି କ୍ରୟ କରିପାରିବ।
ପୂର୍ବରୁ ରାଜ୍ୟ ସମେତ ଦେଶବିଦେଶର ବିଭିନ୍ନ ମେଳାରେ ମାଣିଆବନ୍ଧ ଶାଢି ବିକ୍ରି ସକାଶେ ଓରମାସ ସ୍ୱୟଂ ସହାୟକ ଗୋଷ୍ଠୀକୁ ପଠାଇଥାଏ। ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଓରମାସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଓରମାସର ଏଭଳି ପଦକ୍ଷେପ ଦ୍ୱାରା କେବଳ ସ୍ୱୟଂ ସହାୟକ ଓ କାରିଗରଙ୍କ ସହିତ ଓଡ଼ିଶାର ନାମ ମଧ୍ୟ ବିଶ୍ୱରେ ପରିଚିତ ହେବ ଓରମାସର ଉପନିର୍ଦେଶକ ବିପିନବିହାରୀ ରାଉତ କହିଛନ୍ତି।

Hot this week

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

Related Articles

Popular Categories