www.samajalive.in
Monday, December 8, 2025
20.1 C
Bhubaneswar

ଅଣ୍ଡାମୂଲ୍ୟ ବୃଦ୍ଧି ହୋଇଛି, ଖାଦ୍ୟ ତାଲିକା ପରିବର୍ତ୍ତନ ହେଉ

କେନ୍ଦୁଝରଗଡ : ବଜାରରେ ଦିନକୁଦିନ ଅଣ୍ଡାମୂଲ୍ୟ ବୃଦ୍ଧି କାରଣରୁ ସରକାରଙ୍କ ପକ୍ଷରୁ ଅଣ୍ଡାମୂଲ୍ୟକୁ ୫ଟଙ୍କା ପରିବର୍ତ୍ତେ ବଜାର ଦର ଅନୁଯାୟୀ ମୂଲ୍ୟ ନିର୍ଦ୍ଧାରଣ କରାଯିବା ଏବଂ ଖାଦ୍ୟ ତାଲିକାରେ ପରିବର୍ତ୍ତନ କରିବା ପାଇଁ ଅଲ ଓଡିଶା ଲେଡିଜ୍‌‌ ଅଙ୍ଗନବାଡିକର୍ମୀ ମହାସଂଘ କେନ୍ଦୁଝର ଶାଖା ପକ୍ଷରୁ ଦାବି କରାଯାଇଛି। ସଂଘର କେନ୍ଦୁଝର ଶାଖା ସଭାପତି ଚନ୍ଦ୍ରମଣୀ ବାରିକ, ସମ୍ପାଦିକା କାମିନୀ ଦେହୁରୀ, ରାଜ୍ୟ ସମ୍ପାଦିକା ମମତାରାଣୀ ବେହେରା ଓ ରାଜ୍ୟ ସଙ୍ଗଠନ ସମ୍ପାଦିକା ସୁଷମାରାଣୀ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଗୁରୁବାର ଜିଲା ସମାଜ ମଙ୍ଗଳ ଅଧିକାରିଣୀଙ୍କୁ ଭେଟି ଉପରୋକ୍ତ ମର୍ମରେ ଦାବିପତ୍ର ପ୍ରଦାନ କରିଛନ୍ତି।

ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଅନୁଯାୟୀ ଅଣ୍ଡାପ୍ରତି ୫ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଆଜିର ଦିନରେ ଅଣ୍ଡାପ୍ରତି ବଜାର ମୂଲ୍ର ୭ଟଙ୍କାରେ କିଣିବାକୁ ପଡୁଥବାରୁ ଅଙ୍ଗନବାଡିକର୍ମୀଙ୍କୁ ଅଣ୍ଡାପ୍ରତି ୨ଟଙ୍କା ଆର୍ଥୀକକ୍ଷତି ନିଜ ପକେଟରୁ ଭରଣା କରିବାକୁ ପଡୁଛି ବୋଲି ସଂଘର ରାଜ୍ୟ ସମ୍ପାଦିକା ମମତାରାଣୀ ବେହେରା କହିଛନ୍ତି।

- Advertisement -

ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଅଣ୍ଡାମୂଲ୍ୟ ବଜାର ଦର ହିସାବରେ ପ୍ରଦାନ କରାଯାଉ ନଚେତ୍‌‌ ପରିପୁରକ ପୁଷ୍ଟିକର ଯୋଜନାରେ କିଶୋରୀ ମାନଙ୍କୁ ମାସିକ ଦିଆଯାଉଥିବା ୧୬ଟି ଅଣ୍ଡା ପରିବର୍ତ୍ତେ ୧୦ଟି ଏବଂ ଗର୍ଭବତୀ, ପ୍ରସୂତୀ ଓ ୭ମାସର ୩ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ମାସିକ ୧୨ଟି ଅଣ୍ଡା ପରିବର୍ତ୍ତେ ୮ଟି ଅଣ୍ଡା ପ୍ରଦାନ କରିବୁ ବୋଲି ଜିଲା ସମ୍ପାଦିକା କାମିନୀ ଦେହୁରୀ କହିଛନ୍ତି। ଏଥିସହ ଅଙ୍ଗନବାଡିକେନ୍ଦ୍ରରେ ଦିଆଯାଉଥିବା ରନ୍ଧାଖାଦ୍ୟ ତାଲିକା ପରିବର୍ତ୍ତନ କରାଯିବାକୁ ମଧ୍ୟ ସଂଘ ପକ୍ଷରୁ ଦାବି କରାଯାଇଛି।

ଏ ସମ୍ପର୍କରେ ଜିଲାପାଳ ଓ ସରକାରଙ୍କ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ଅନୁମୋଦନ ଲାଭ ନକଲା ଯାଏଁ ଅଣ୍ଡା ମୂଲ୍ର ବୃଦ୍ଧି କିମ୍ବା ଖାଦ୍ୟ ତାଲିକାରେ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁବୋଲି ଜିଲା ସମାଜ ମଙ୍ଗଳ ଅଧିକାରୀ ସ୍ପଷ୍ଟ କରିଦେଇଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories