www.samajalive.in
Monday, December 8, 2025
27.1 C
Bhubaneswar

ବିମାନବନ୍ଦର ବ୍ୟବସାୟରେ ୬୦ ହଜାର କୋଟି ଟଙ୍କା ନିବେଶ କରିବ ଆଦାନୀ ଗ୍ରୁପ୍

ନୂଆଦିଲ୍ଲୀ : ଆଦାନୀ ଗ୍ରୁପ୍ ବିମାନବନ୍ଦର ବ୍ୟବସାୟରେ ବଡ ନିବେଶ କରିବା ପାଇଁ ଯୋଜନା କରୁଛି । ଆଗାମୀ ୧୦ ବର୍ଷରେ ଗୌତମ ଆଦାନୀଙ୍କ କମ୍ପାନୀ ନିଜ ବିମାନବନ୍ଦର କାରବାରକୁ ବଢାଇବା ପାଇଁ ୬୦ ହଜାର କୋଟି ଟଙ୍କା ନିବେଶ କରିବା ପାଇଁ ଯୋଜନା କରୁଛି । ଏହି ରାଶିର ଅଧା ଅର୍ଥାତ୍ ପ୍ରାୟ ୩୦ ହଜାର କୋଟି ଟଙ୍କା ୫ ବର୍ଷରେ ବିମାନବନ୍ଦରର ଟର୍ମିନାଲ ଏବଂ ରନଓ୍ବେକୁ ଉତ୍ତମ କରିବା ପାଇଁ ଖର୍ଚ୍ଚ କରାଯିବ ।

ବାକି ୩୦ ହଜାର କୋଟି ଟଙ୍କାକୁ ଆଗାମୀ ୧୦ ବର୍ଷରେ ବିମାନବନ୍ଦର ଆଖପାଖ ସହରରେ ଇନଫ୍ରାଷ୍ଟ୍ରକ୍ଚରର ବିକାଶ ପାଇଁ ବ୍ୟବହାର କରାଯିବ । ଗ୍ରୁପର ସମୁଦାୟ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବା ଯୋଜନା ରହିଛି । ତେବେ କମ୍ପାନୀ ନଭି ମୁମ୍ବାଇର ପ୍ରଥମ ପର୍ଯ୍ୟାୟ ପାଇଁ ୧୮ ହଜାର କୋଟି ଟଙ୍କା ଅଲଗା ଖର୍ଚ୍ଚ କରିବ । ଏହି ଏୟାରପୋର୍ଟ ମାର୍ଚ୍ଚ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ହେବା ଆଶା କରାଯାଉଛି । ଆଦାନୀ ଗ୍ରୁପ୍ ତରଫରୁ ଏବେ ଦେଶରେ ୬ ଏୟାରପୋର୍ଟକୁ ସଞ୍ଚାଳିତ କରାଯାଉଛି । ଏହି ବିମାନବନ୍ଦରରେ ଲକ୍ଷ୍ନୌ, ଅହମଦାବାଦ, ଜୟପୁର, ଗୌହାଟୀ, ତିରୁବନନ୍ତପୁରମ ଏବଂ ମେଙ୍ଗାଲୁରୁ ସାମିଲ ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories