www.samajalive.in
Monday, December 8, 2025
27.1 C
Bhubaneswar

ତ୍ୱଚା ପାଇଁ ପାଚିଲା ଅମୃତଭଣ୍ଡା ଚୋପା..

କିଛି ଫଳ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ହିତକାରକ ହେବା ସହ ତ୍ୱଚା ପାଇଁ ମଧ୍ୟ ଖୁବ ଲାଭଦାୟକ ଅଟେ। ଜାଣନ୍ତୁ..

ପାଚିଲା ଅମୃତଭଣ୍ଡା ଛୋଟ ଖଣ୍ଡରେ ଏକ ଚାମଚ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୩୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ପେଷ୍ଟଟି ମୁହଁରେ ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

- Advertisement -

ଅଧା ଚାମଚ ଅମୃତଭଣ୍ଡା ରସରେ ଏକ ଚାମଚ ମହୁ ଓ ଅଧା ଚାମଚ ଲେମ୍ବୁ ରସକୁ ଭଲ ଭାବରେ ମିଶାନ୍ତୁ। ଏହାକୁ ତ୍ୱଚାରେ ପ୍ରଲୋପ କରନ୍ତୁ। ୧୫-୨୦ ମିନିଟ ପରେ ନଖ ଉଷୁମ ପାଣିକୁ ହାତରେ ନେଇ ଧୀରେ ଧୀରେ ମସାଜ କରନ୍ତୁ। ପ୍ରଲେପଟି ଛାଡିଗଲା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ଥରେ ବ୍ୟବହାର କରନ୍ତୁ, ଫରକ ଜାଣିପାରିବେ।

ପାଚିଲା ଅମୃତଭଣ୍ଡା ଚୋପା ମୁହଁ ଭାଙ୍ଗ ଦୂର କରିବାରେ ସହାୟକ ହୋଇଥାଏ। ମୃତ କୋଷିକାକୁ ଦୂର କରିବା ସହ ମୁହଁରୁ ଭାଙ୍ଗ ଓ ଦାଗ ଦୂର କରିଥାଏ।

ଏକ କପ ପାଚିଲା ଅମୃତଭଣ୍ଡାର ପେଷ୍ଟ ନିଅନ୍ତୁ, ସେଥିରେ ଏକ ଚାମଚ ମହୁ ଓ ହଳଦୀ ଗୁଣ୍ଡ ମିଶାଇ ଏକ ପ୍ରଲେପ କରି ମୁହଁରେ ଲଗାଇ ୨୦-୩୦ ମିନିଟ ପର୍ୟ୍ୟନ୍ତ ରଖନ୍ତୁ। ଶୁଖିଗଲା ପରେ ଥଣ୍ଡା ପାଣିରେ ଭଲ ଭାବରେ ମୁହଁ ଧୋଇ ଦିଅନ୍ତୁ।

ମୁହଁରୁ ବ୍ରଣ ଦୂର କରିବା ପାଇଁ ପାଚିଲା ଅମୃତଭଣ୍ଡାକୁ ଗ୍ରାଇଣ୍ଡ କରି ଏକ ପେଷ୍ଟ ତିଆରି କରନ୍ତୁ । ଏହାକୁ ମୁହଁରେ ମାକ୍ସ ଭଳି ଲଗାଇ ୧୫-୨୦ ମିନିଟ ରଖି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। କିଛି ଦିନ ପରେ ଏହାର ଫରକ ଜାଣିପାରିବେ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories