www.samajalive.in
Monday, December 8, 2025
17.1 C
Bhubaneswar

ହଷ୍ଟେଲ ନାମରେ ଚାଲୁଛି ଶତାଧିକ ବେଆଇନ ବାଳାଶ୍ରମ

ଭୁବନେଶ୍ବର: ରାଜ୍ୟରେ ଥିବା ସମସ୍ତ ବାଳାଶ୍ରମରେ ତଦନ୍ତ କରି ସେମାନଙ୍କୁ ଆଇନ୍ ପରିସରଭୁକ୍ତ କରିବା ପାଇଁ ବର୍ଷେ ପୂର୍ବରୁ ରାଜ୍ୟ ସରକାରଙ୍କୁ କୁହାଯାଇଥିଲା। କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଛାତ୍ରୀ ରହୁଥିବା ହଷ୍ଟେଲ ଉପରେ ଆଇନର କଟକଣା ନଥିବାରୁ ଏବେ ହଷ୍ଟେଲ ନାମରେ ଶତାଧିକ ବାଳାଶ୍ରମ ଚାଲୁଛି। ଠିକଣା ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଥିଲେ ଢେଙ୍କାନାଳ ବେଲଟିକିରି ଭଳି ଘଟଣା ଦେଖିବାକୁ ମିଳିନଥାନ୍ତା ବୋଲି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନ୍‌ସିପିସିଆର) ସଦସ୍ୟ ଯଶୋବନ୍ତ ଜୈନ କହିଛନ୍ତି। ଅପରପକ୍ଷେ ଏବେଠାରୁ ସମସ୍ତ ଛାତ୍ରାବାସକୁ ଶିଶୁ ସୁରକ୍ଷା ଆଇନ୍ ଅଧୀନକୁ ଅଣାଯିବା ସହ ପିଲାଙ୍କ ସହ ଜଡ଼ିତ ଅନୁଷ୍ଠାନକୁ ମିଳୁଥିବା ଆର୍ଥିକ ଅନୁଦାନର ଉତ୍ସ ସମ୍ପର୍କରେ ଯାଞ୍ଚ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଢେଙ୍କାନାଳ ଜିଲା ‌େ‌ବଲଟିକିରି ସ୍ଥିତ ବାଳାଶ୍ରମ ଘଟଣାର ତଦନ୍ତ ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ଜୈନ ଆଜି ରାଜ୍ୟ ଅତିଥି ଭବନ ଠାରେ ରାଜ୍ୟ ଅଧିକାରୀଙ୍କ ସହ ବାଳାଶ୍ରମ ପରିଚାଳନା ସ୍ଥିତି ସମ୍ପର୍କରେ ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ସେଲ୍ଟର ହୋମ୍ ଅବା ବାଳାଶ୍ରମ ପରିଚାଳନା ପାଇଁ ପଞ୍ଜିକୃତ ହେବା ସହ କିଶୋର ନ୍ୟାୟ ଆଇନ୍ ଅନୁସାରେ ସମସ୍ତ ପଦକ୍ଷେପ ନେବା ଜରୁରୀ। ତେବେ ହଷ୍ଟେଲ ପରିଚାଳନା ପାଇଁ ଏହି ଆଇନରେ ପଞ୍ଜିକୃତ ହେବାର ଆବଶ୍ୟକତା ନାହିଁ। ଏହାର ଫାଇଦା ଉଠାଇ ହଷ୍ଟେଲ ନାମରେ ବାଳାଶ୍ରମ ଚାଲୁଛି। ‌େ‌ବଲଟିକିରି ବାଳାଶ୍ରମ ପ୍ରତିଷ୍ଠାତା ଫୟାଜ ରେହମାନ୍ ନିଜ ବାଳାଶ୍ରମର ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। କିନ୍ତୁ ଏଥିପାଇଁ କଠୋର ନିୟମ ପାଳନ କରିବାର ଥିବାରୁ ସେ ହଷ୍ଟେଲ ନାମରେ ବାଳାଶ୍ରମ ଚଳାଇ ଥିଲେ। ତେଣୁ ଏବେ ଠାରୁ ହଷ୍ଟେଲଗୁଡ଼ିକୁ ଆଇନ୍ ଅଧୀନକୁ ଅଣାଯିବ ବୋଲି ସେ କହିଛନ୍ତି। ବର୍ଷେ ଭିତରେ ସମସ୍ତ ହଷ୍ଟେଲ ଓ ବାଳାଶ୍ରମ ଚିହ୍ନଟ କରିବା କାମ ଶେଷ କରିବା ପାଇଁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ରାଜ୍ୟ ସରକାରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦେଶ କରିବା ସ୍ବରୂପ ଶ୍ରୀ ଜୈନ କହିଛନ୍ତି, ଜେଜେ ଆକ୍ଟ ଅନୁସାରେ ସମସ୍ତ ବାଳାଶ୍ରମ ଚାଲିଛି କି ନାହିଁ, କେଉଁଠି ବିନା ଅନୁମତିରେ ବାଳାଶ୍ରମ ଚାଲିଛି, ପଞ୍ଜିକୃତ ବାଳାଶ୍ରମ ଆଇନ୍ ଅନୁସାରେ ସମସ୍ତ ପଦକ୍ଷେପ ନେଇଛନ୍ତି କି ନାହିଁ, ତାହା ଯାଞ୍ଚ କରିବା ପାଇଁ କମିଶନଙ୍କ ପକ୍ଷରୁ ବର୍ଷେ ପୂର୍ବରୁ ରାଜ୍ୟ ସରକାରଙ୍କୁ କୁହାଯାଇ ଥିଲା। ଏଥିସହ ସେଠାରେ ସିସିଟିଭି ଲାଗିବା, କର୍ମଚାରୀଙ୍କୁ ଶିଶୁ ନିର୍ଯାତନା ଆଇନ୍ ସମ୍ପର୍କରେ ପ୍ରଶିକ୍ଷଣ ଦେବା, ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ତିନିଥର ଭିଡିଓ କନଫରେନ୍‌ସିଂ ସମୀକ୍ଷା ସମୟରେ ବି ଏହାକୁ ଦୋହରା ଯାଇଥିଲା। ତେବେ ଯଦି ଉପଯୁକ୍ତ ପଦକ୍ଷେପ ନିଆଯାଇ ଥାନ୍ତା ତେବେ ଆଜି ‌େ‌ବଲଟିକିରି ଘଟଣା ଦେଖିବାକୁ ମିଳି ନଥାନ୍ତା। ରହମାନ୍‌ଙ୍କୁ ବିଦେଶରୁ ଅନୁଦାନ ମିଳୁ ଥିବାରୁ ଏବେ ସମସ୍ତ ବାଳାଶ୍ରମର ଆର୍ଥିକ ଅନୁଦାନ ଯାଞ୍ଚ କରାଯିବ। ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି ଏନ୍‌ସିପିସିଆର୍‌ର ୯ଟି ୧୯ଟି ଜିଲାରେ ପାଖାପାଖି ୫୭ଟି ବାଳାଶ୍ରମ ଯାଞ୍ଚ କରିବେ। ତିନି ଦିନ ପର୍ଯ୍ୟନ୍ତ କମିଶନରଙ୍କ ଟିମ୍ ଅଚାନକ ଚଢ଼ଉ କରି କାଗଜପତ୍ର ଯାଞ୍ଚ କରିବେ। ଏହି ସମୟରେ ଅବା ପରେ ବେଆଇନ୍ ଭାବେ ଚାଲୁଥିବା ବାଳାଶ୍ରମ ସମ୍ପର୍କରେ କୌଣସି ବ୍ୟକ୍ତି କମିଶନଙ୍କୁ ସୂଚନା ଦେଲେ ତାଙ୍କ ପରିଚୟ ଗୋପନୀୟ ରଖାଯିବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories