www.samajalive.in
Monday, December 8, 2025
27.1 C
Bhubaneswar

ଆନ୍ତଃଜିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଧାମରା :  ଧାମରା ନିକଟସ୍ଥ କଇଥଖୋଲା ଠାରେ କେକେ ସ୍ପୋର୍ଟିଂ କ୍ଲବ ତରଫରୁ ୭ଦିନ ଧରି ଚାଲିଥିବା ଆନ୍ତଃଜିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହାର ଉଦଯାପିତ ଉତ୍ସବରେ ବାସୁଦେବପୁର ଉତ୍କଳିକା ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨୫ ଓଭରରେ ୭ ୱିକେଟ୍‌‌ ହରାଇ ୨୨୯ରନ ସଂଗ୍ରହ କରିଥିବା ବେଳେ ରାଉରକେଲା ଟିମ ୨୩ ଓଭର ଖେଳରେ ୨୩୦ ରନ ସଂଗ୍ରହ କରି ମ୍ୟାଚରେ ବିଜୟୀ ହୋଇଥିଲେ। ଦୀର୍ଘ ୭ଦିନ ଧରି ଚାଲିଥିବା ଏହି ଆନ୍ତଃଜିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସାରା ରାଜ୍ୟର୧୦ଟି ଟିମ ଭାଗ ନେଇଥିଲେ।
ଏହି ଉଦଯାପିତ ଉତ୍ସବରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଅମୀୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନଜିବୀ ରାଧା ଦାସ, କଇଥଖୋଲା ପଂଚାୟତ ସରପଂଚଙ୍କ ପ୍ରତିନିଧି ବୈରୀଗଞ୍ଜନ ସାମଲ, ରାଜକୃଷ୍ନ ଦିନ୍ଦା ପ୍ରମୁଖ ଯୋଗ ଦେଇଥିଲେ। ଅମୀୟ ମହାପାତ୍ର ନିଜର ଅଭିଭାଷଣରେ ଗ୍ରାମାଂଚଳରେ ଲୁକ୍କାୟିତ ଭାବେ ଅବହେଳିତ ଭାବେ ରହିଯାଉଥିବା ଖେଳାଳୀ ମାନଙ୍କ ପାଇଁ ଗ୍ରାମାଂଚଳରେ ହେଉଥିବା ଏହି ଖେଳ ସମସ୍ତ ପ୍ରତିଭାବାନ ଖେଳାଳୀଙ୍କୁ ଲୋକ ଲୋଚନକୁ ଆଣିପାରିବା ସହ ସେମାନେ ପ୍ରଚାର ପ୍ରସାର ମାଧ୍ୟମରେ ନିଜ କ୍ୟାରିୟରକୁ ବହୁ ଆଗକୁ ନେଇ ପାରିବେ ବେଲି ମତ ପୋଷଣ କରିଥିଲେ।
ବିଜୟୀ ଦଳଙ୍କୁ ୪୦ହଜାର ଟଙ୍କାର ଚେକ ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସଅଫ ଦଳକୁ ୩୦ହଜାର ଟଙ୍କାର ଚେକ ସହ ଟ୍ରଫି ମଧ୍ୟ ପ୍ରଦାନ କରାଯାଇଥିଲା। ଓଡିଶା କ୍ରିକେଟ ଆସୋସିଏସନର ଅମ୍ପାୟାର ରଞ୍ଜନ ମହାନ୍ତି, ସନ୍ତୋଷ ବିଶ୍ୱାଳ, ଦେବବ୍ରତ ଦାସ, ପ୍ରତାପ ପାତ୍ର ପ୍ରମୁଖ ଖେଳ ପରିଚାଳନା କରିଥିଲେ।  ଉଦଯାପନ ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ କେକେ ସ୍ପୋର୍ଟିଂ କ୍ଲବର ସଂପାଦକ ସତ୍ୟଜିତ ମହାପାତ୍ର ସଭାପତି ସୁବ୍ରତ ଦାସ ବରୁଣ ଦାସ, ଅମରେଶ ଦିନ୍ଦା, ମୁନା ସାହା, ଆଲ୍ଲାରଖା ସାହା, ପ୍ରଦ୍ୱୀପ ମଣ୍ଡଳ, ଦେବବ୍ରତ ମାଇତି, ଅରୁଣ ପଟନାୟକଙ୍କ ସମେତ ବହୁ ଖେଳପ୍ରେମୀ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। କେକେ ସ୍ପୋଟିଂ କ୍ଲବର ସମସ୍ତ ସଭ୍ୟ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories