www.samajalive.in
Monday, December 8, 2025
27.1 C
Bhubaneswar

ମାତୃତ୍ବକାଳୀନ ଛୁଟିରେ ଠିକା ଓ ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରେ ପାତରଅନ୍ତର ହେବ ନାହିଁ

କଲକାତା: ମାତୃତ୍ବକାଳୀନ ଛୁଟି ପ୍ରଦାନ କ୍ଷେତ୍ରରେ ଠିକା ଓ ସ୍ଥାୟୀ କର୍ମଚାରୀଙ୍କ କ୍ଷେତ୍ରରେ କୌଣସି ପ୍ରକାର ପାତରଅନ୍ତର କରାଯାଇପାରିବ ନାହିଁ ବୋଲି କୋଲକାତା ଉଚ୍ଚ ନ୍ୟାୟାଳୟ କହିଛନ୍ତି। ମାତୃତ୍ବ ଛୁଟି ପ୍ରଦାନରେ କୌଣସି ପ୍ରକାର ପାତରଅନ୍ତର କରାଗଲେ ଏହା ମାଟରନିଟି ବେନିଫିଟ୍ ଆକ୍ଟ ୧୯୬୧ର ଉଲ୍ଲଙ୍ଘନ କରିଥାଏ। କୌଣସି ଠିକା କର୍ମଚାରୀଙ୍କୁ ମାତୃତ୍ବ ଛୁଟି ପ୍ରଦାନ ଲାଗି ମନା କରାଯିବା ଦ୍ବାରା ସମ୍ବିଧାନର ଧାରା ୧୪ର ଉଲ୍ଲଙ୍ଘନ ହୋଇଥାଏ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ରେ କାର୍ଯ୍ୟନିର୍ବାହୀ ଇଣ୍ଟର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କୁ ମାତୃତ୍ବକାଳୀନ ଛୁଟି ପ୍ରଦାନ ଲାଗି କର୍ତ୍ତୃପକ୍ଷ ମନା କରିବାକୁ ନେଇ ପୀଡିତା ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ବିଚାରପତି ରାଜା ବାସୁ ଚୌଧୁରୀ ଶୀର୍ଷ ବ୍ୟାଙ୍କକୁ ପୀଡିତା କର୍ମଚାରୀଙ୍କୁ ମାତୃତ୍ବକାଳୀନ ବାବଦ ସମସ୍ତ ପ୍ରାପ୍ୟ ପ୍ରଦାନ ଲାଗି ନିର୍ଦେଶ ଦେଇଛନ୍ତି। ନିୟମ ଅନୁଯାୟୀ ସନ୍ତାନ ଜନ୍ମ ଦେବା ଲାଗି ପ୍ରତ୍ୟେକ ମହିଳା କର୍ମଚାରୀ ୬ମାସ ସବୈତନିକ ଛୁଟି ପାଇବାକୁ ହକ୍‌ଦାର।

Hot this week

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

Related Articles

Popular Categories