ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଚତୁର୍ଥ ଦିନରେ

କଣ୍ଟାବାଞ୍ଜି : ଭୂମିହୀନଙ୍କୁ ଗୃହ ଯୋଗାଇଦେବା ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଚତୁର୍ଥ ଦିନରେ ପହଞ୍ଚିଛି । ଆମ ଆଦମୀ ପାର୍ଟି ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ତେବେ ପ୍ରଶାସନ ତରଫରୁ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନି । ଅନ୍ୟପଟେ ଆପ୍ ନେତା ତଥା ଗଣଧାରଣାର ନେତୃତ୍ୱ ନେଉଥିବା ସୁରଥ ବେହେରା ପ୍ରଶାସନ ଉପରେ ଅଭିଯୋଗ କରିଛନ୍ତି କି ତହସିଲଦାର ଏହା ବିଜ୍ଞାପିତ ଅଞ୍ଚଳ ପରିଷଦ ବିଷୟ ବୋଲି ନିଜ ଉପରୁ ଦୋଷ ଛଡେଇ ହେଉଛନ୍ତି କିନ୍ତୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି । ଏହି ଧାରଣାରେ ନଗର ସଭାପତି ବିଷ୍ଣୁ ପୁଞ୍ଜି, ବିଧାନସଭା ସମ୍ପାଦକ ହାଡ଼ୁ ଛତ୍ରିଆ, ସଭାନେତ୍ରୀ ସୁବର୍ଣ୍ଣ ଲତା ସାହୁ, ବିଧାନସଭା ଉପସଭାପତି ଡ଼ୋଲାମଣୀ ମହତ୍, ଖଗେଶ୍ୱର ଛତ୍ରିଆ, କପିରାଜ କୁମାର, ଆନନ୍ଦ ଘିଭେଲା, ଶ୍ରୀଧର ସେଠ ପ୍ରମୁଖ ଯୋଗଦେଇ ଥିଲେ

 

Comments are closed.