www.samajalive.in
Monday, December 8, 2025
27.1 C
Bhubaneswar

ବିରୋଧୀଙ୍କ ହଟ୍ଟଗୋଳ: ଲୋକସଭା ଦିନକ ପାଇଁ ମୁଲତବୀ

ନୂଆଦିଲ୍ଲୀ(ପିଟିଆଇ): ସଂସଦର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ଲୋକସଭା ଦିନକ ପାଇଁ ମୁଲତବୀ ହୋଇଛି। ରାଫେଲ ଦୁର୍ନୀତି, ରାମମନ୍ଦିର ଏବଂ କାବେରୀ ନଦୀ ଜଳ ବିବାଦ ଭଳି ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡିକ ବୁଧବାର ପ୍ରବଳ ହଟ୍ଟଗୋଳ କରିଥିଲେ। ଗୃହକାର୍ଯ୍ୟ ଆରମ୍ଭ ହେବା ପରେପରେ କଂଗ୍ରେସ, ଶିବସେନା, ଟିଡିପି ଏବଂ ଏଆଇଏଡିଏମ୍‍କେ ସାଂସଦମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଚାଲିଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶୂନ୍ୟକାଳରେ ୧୧ଜଣ ପୂର୍ବତନ ସାଂସଦଙ୍କ ମତ୍ୟୁ ସମ୍ବନ୍ଧୀୟ ବାର୍ତ୍ତା ପାଠ ପରେ ମଧ୍ୟ ସମାନ ପରିସ୍ଥିତି ଲାଗି ରହିଥିଲା। ରାଫେଲ ଯୁଦ୍ଧ ବିମାନ କାରବାର ଦୁର୍ନୀତିର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା କରାଇବା ଲାଗି କଂଗ୍ରେସ ସଦସ୍ୟମାନେ ଜୋରଦାର ଦାବି କରିଥିଲେ। ସେହିଭଳି ଅଯୋଧ୍ୟାରେ ଯଥାଶୀଘ୍ର ରାମମନ୍ଦିର ନିର୍ମାଣ ଆରମ୍ଭ କରିବାକୁ ଦାବି କରି ଶିବସେନା ସାଂସଦମାନେ ହୋହଲ୍ଲା କରିଥିଲେ। କାବେରୀ ଉପକୂଳରେ ବାସ କରୁଥିବା ତାମିଲନାଡୁର ଚାଷୀଙ୍କ ପାaଇଁ ନ୍ୟାୟ ଦାବି କରିଥିଲେ ଏଆଇଏଡିଏମ୍‍କେ ସାଂସଦ। ବିଶାଖାପାଟଣାଠାରେ ଏକ ରେଳବାଇ ଜୋନ ପ୍ରତିଷ୍ଠା ଦାବି ଉଠାଇଥିଲେ ଟିଡିପି ସଦସ୍ୟ। ଏହିସବୁ ଦଳର ସଦସ୍ୟଙ୍କ ହଟ୍ଟଗୋଳରେ ଲୋକସଭା କାର୍ଯ୍ୟକ୍ରମ ଚଳାଇବା ସମ୍ଭବ ହୋଇ ନ ଥିଲା। ବାଚସ୍ପତି ସୁମିତ୍ରା ମହାଜନ ବାଧ୍ୟହୋଇ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ଗୃହକାର୍ଯ୍ୟ ଆରମ୍ଭରେ ବାଚସ୍ପତି ବିଶ୍ୱ ବକ୍ସିଂ ଚମ୍ପିୟାନ୍‌ସିପରେ ଷଷ୍ଠ ସ୍ୱର୍ଣ୍ଣ ପଦକ ଲାଭ କରିଥିବା ମେରୀକମ ଏବଂ ରୌପ୍ୟ ପଦକ ବିଜୟିନୀ ସୋନିଆ ଚହଲଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଥିସହ ଫ୍ରେଞ୍ଚ ଗୁଏନାରୁ ସବୁଠାରୁ ଓଜନିଆ ଉପଗ୍ରହର ସଫଳ ଉତ୍‍କ୍ଷେପଣ ଲାଗି ସେ ଇସ୍ରୋକୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ। ଗୃହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ବହୁ ପ୍ରମୁଖ ସାଂସଦ ଉପସ୍ଥିତ ଥିଲେ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories