www.samajalive.in
Monday, December 8, 2025
27.1 C
Bhubaneswar

ଜାଣିଛନ୍ତି କି? ରସୁଣ ଚୋପାର ରହିଛି କି କି ଉପକାରୀ ଗୁଣ..

ରସୁଣ ସ୍ୱାସ୍ଥ୍ୟ ପାଇଁ ଖୁବ୍‌‌ ଉପକାରୀ। ଏହା ସଭିଁଙ୍କୁ ଜଣା। ମାତ୍ର ରସୁଣ ଚୋପାର ମଧ୍ୟ ଅନେକ ଲାଭଦାୟକ ଗୁଣ ରହିଛି। ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିବ। ରସୁଣ ଚୋପାରେ ଭିଟାମିନ୍‌‌, ପୋଟାସିୟମ, ଆଣ୍ଟି-ଅକ୍ସିଡାଣ୍ଟ ଆଦି ରହିଛି। ତେଣୁ ଏହାର ଚୋପାକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଏ।
ରସୁଣ ଚୋପାକୁ ପାଣିରେ ୧୦-୨୦ ମିନିଟ ଫୁଟାଇ ଏହାକୁ ଚା’ ଭାବେ ପ୍ରସ୍ତୁତ କରି ପିଇପାରିବେ। ଏହି ଚା’ ପିଇବା ଦ୍ୱାରା ମାଂସପେଶୀରେ ହେଉଥିବା ଯନ୍ତ୍ରଣା ଦୂର ହୋଇଥାଏ।
ରସୁଣ ଚୋପାକୁ ବତୁରାଇ ଏହାକୁ ତ୍ୱଚାରେ ଲଗାଇଲେ ତ୍ୱଚା ଜନିତ ଅନେକ ସମସ୍ୟା ଦୂର ହୋଇଥାଏ।
ଗଛ ପାଇଁ ମଧ୍ୟ ରସୁଣ ଚୋପା ଖତ ଭଳି କାମ କରିଥାଏ। ରସୁଣ ଚୋପାକୁ ଗଛ ମୂଳରେ ଦେବା ଦ୍ୱାରା ଗଛ ଭଲ ଭାବେ ବଢିଥାଏ।
ରସୁଣ ଚୋପାକୁ ବ୍ୟବହାର କରି ସୁପ୍‌‌ କରି ମଧ୍ୟ ସେବନ କରିପାରିବେ।
ଘରେ କ୍ଷୁଦ୍ର ଜୀବ, ଅସରପା ଆଦି ହେଉଥିଲେ, ପାଣିରେ ରସୁଣ ଚୋପା ପକାଇ ଏହାକୁ ଘରର କଣରେ ଛିଞ୍ଚନ କରନ୍ତୁ। ଏହି ସମସ୍ୟା ଦୂର ହେବ।
ଫ୍ରାଏଡ ରାଇସ ପ୍ରସ୍ତୁତ କରିବା ସମୟରେ ସ୍ୱାଦ ଦ୍ୱିଗୁଣିତ କରିବା ପାଇଁ ରସୁଣ ଚୋପା ଏଥିରେ ପକାଇ ପାରିବେ। ଏହାକୁ ଭଲ ଭାବେ ସଫା କରି ଏଥିରେ ବ୍ୟବହାର କରି ପାରିବେ।

 

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories